www.samajalive.in
Monday, December 15, 2025
16.1 C
Bhubaneswar

ଶୋଇବା ଘରୁ ବାପ-ପୁଅଙ୍କ ଝୁଲନ୍ତା ମୃତଦେହ ଜବତ

ପିପିଲି: ଶୋଇବା ଘରୁ ବାପ-ପୁଅଙ୍କ ଝୁଲନ୍ତା ମୃତଦେହକୁ ଶନିବାର ରାତିରେ ପୁଲିସ ଜବତ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ପୋଟଳ ଗ୍ରାମରେ। ଗ୍ରାମର ଦୀପକ କୁମାର ପାଣି(୨୮) ଓ ତାଙ୍କ ଦେଢ ବର୍ଷର ଶିଶୁପୁତ୍ରର ମୃତଦେହ ଶୋଇବାଘର ଫ୍ୟାନ ହୁକରେ ଝୁଲୁଥିବା ଅବସ୍ଥାରେ ପୁଲିସ ଜବତ କରିଛି।

ସୂଚନା ଅନୁଯାୟୀ, ଦୀପକ କିଛିବର୍ଷ ତଳେ ପ୍ରେମ ବିବାହ କରିବା ପରେ ନିଜ ପତ୍ନୀ ଓ ଶିଶୁପୁତ୍ର ସହ ଭୁବନେଶ୍ୱରରେ ରହୁଥିଲେ । ତେବେ ଅଳ୍ପଦିନ ତଳେ ସେ ପୋଟଳ ଗ୍ରାମସ୍ଥିତ ନିଜ ପୈତୃକ ଘରେ ପରିବାର ସହ ଆସି ରହିଥିଲେ । ଶନିବାର ସନ୍ଧ୍ୟାରେ ତାଙ୍କ ପତ୍ନୀ ଘରେ ନ ଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ନିଜ ଶୋଇବା ଘରେ ଫ୍ୟାନ୍‍ ନ ଥିବା ବେଳେ ଛାତରେ ଲାଗିଥିବା ଫ୍ୟାନ୍‍ ହୁକରେ ଏକ ପିନ୍ଧା ଲୁଗାରେ ବେକରେ ନିଜ ପୁଅକୁ ଧରି ଫାଶି ଦେଇଛନ୍ତି ଉଭୟ ଦୀପକ। ଉଭୟଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ରାତି ପ୍ରାୟ ୮ଟା ସମୟରେ ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ସାହିପଡିଶାଙ୍କ ଭିଡ ଲାଗିଥିଲା । ଖବର ପାଇ ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପରିଡା ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଥିଲେ । ଉକ୍ତ ଘରକୁ ଚାରିପଟୁ ପୁଲିସ କର୍ମଚାରୀମାନେ ଜଗି ରହିଛନ୍ତି । ରବିବାର ସାଇଣ୍ଟିଫିକ୍‍ ଟିମ୍‍ ଓ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ଦୁଇ ମୃତଦେହକୁ ଜବତ କରାଯାଇ ପଞ୍ଚାନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

- Advertisement -

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାଯାଇଛି। ତେବେ ପାରିବାରିକ ଅଶାନ୍ତି କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି । ଏକ ଲୁଗାରେ ଦୀପକ ପ୍ରଥମେ ନିଜ ଶିଶୁପୁତ୍ରର ବେକକୁ ବାନ୍ଧି ଫାଶି ଦେବା ପରେ ନିଜେ ମଧ୍ୟ ଉକ୍ତ ଲୁଗାରେ ବେକକୁ ବାନ୍ଧି ଝୁଲି ପଡ଼ିଥିବାର ଅନୁମାନ କରାଯାଉଛି। ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳବାସୀଙ୍କୁ ମ୍ରିୟମ୍ରାଣ କରିଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories