www.samajalive.in
Sunday, December 7, 2025
26.1 C
Bhubaneswar

ମାଆ ଶବ ସାଇକଲରେ ୪ କିମି ବୋହିଲା ନାବାଳକ ପୁଅ

ଝାରସୁଗୁଡ଼ା : ଆଠ ବର୍ଷ ହେବ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବାପଘର କର୍ପାବାହାଲ ଗାଁରେ ରହୁଥିବା ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଲିପସପାଲି ଅଞ୍ଚଳର ଜାନକୀ ସିନ୍ଦରିଆ (୪୫)ଙ୍କ ଆଜି ସକାଳେ ମୃତ୍ୟୁ ଘଟିଥିଲା। ଗାଁ କିମ୍ବା ତାଙ୍କ ପରିବାରର କେହି କାନ୍ଧ ଦେବାକୁ ଆସି ନଥିଲେ। ଶେଷରେ ଶେଷ କୃତ୍ୟ ପାଇଁ ନାବାଳକ ପୁଅ ମାଆଙ୍କ ମୃତୁଦେହକୁ ୪ କିଲୋମିଟର ଯାଏ ସାଇକଲରେ ବୋହି ନେବାକୁ ପଡ଼ିଥିବା ପରି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ବାହା ହୋଇ ଯାଇଥିବା ଝିଅକୁ ବାପ ଘର ଗାଁ ଲୋକେ
କାନ୍ଧ ଦେବେନି ବୋଲି ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସରଣ୍ଡାମାଲ ପଞ୍ଚାୟତର କର୍ପାବାହାଲ ଗ୍ରାମରେ ସଂପୃକ୍ତ ଏହି ନିର୍ଦିଷ୍ଟ ଜାତି ସମାଜରେ ଚଳଣି ରହିଥିବା ପରିପ୍ରେକ୍ଷୀରେ ଏଭଳି ଅବ୍ୟବସ୍ଥା ହୋଇଥିବା ଜଣାପଡିଛି। ଫଳରେ ସେହି ଗାଁରେ ରହି ଆସୁଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ କେହି କାନ୍ଧ ଦେବାକୁ ଆସିନଥିବା କୁହାଯାଉଛି।
ଜାନକୀ ଆଜି ସକାଳ ସମୟ ପ୍ରାୟ ୯ଟାରେ ନଳକୂପରୁ ପାଣି ଆଣୁଥିବା ବେଳେ ପଡ଼ି ଯାଇଥିଲେ। ଜାନକୀ ପଡ଼ିଗଲା ପରେ ହିଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜାନକୀଙ୍କ ସହ ସେଠାରେ ରହୁଥିଲେ ତାଙ୍କ ପୁଅ ସରୋଜ(୧୭)। ମାଆଙ୍କ ଶେଷକୃତ୍ୟ ପାଇଁ ସେ ଗାଁରେ ଥିବା ମାମୁ ଘର ଲୋକ ଏବଂ ଅନ୍ୟ ସମ୍ପର୍କୀୟ ତଥା ପଡ଼ୋଶୀମାନଙ୍କୁ ଗୁହାରି କରିଥିଲା। ତେବେ ବାପ ଘର ଗାଁ ଲୋକେ କାନ୍ଧ ଦେବାର ଚଳଣି ନ ଥିବାରୁ କେହି ଆସି ନଥିଲେ। ଫଳରେ ପୁଅ ସରୋଜ ଏକୁଟିଆ ସାଇକଲ କ୍ୟାରିୟରରେ ଜାନକୀଙ୍କ ମୃତଦେହକୁ ୪ କିଲୋମିଟର ବୋହି ନେଇ ନିକଟରେ ଥିବା ଛର୍ଲା ଜଙ୍ଗଲରେ ପୋତି ଦେଇଥିଲା।
ସେହି ଗାଁରେ ରହି ଆସୁଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ କେହି କାନ୍ଧ ଦେବାକୁ ଆସିନଥିବା କୁହାଯାଉଛି। ଜାନକୀ ଆଜି ସକାଳ ସମୟ ପ୍ରାୟ ୯ଟାରେ ନଳକୂପରୁ ପାଣି ଆଣୁଥିବା ବେଳେ ପଡ଼ି ଯାଇଥିଲେ। ଜାନକୀ ପଡ଼ିଗଲା ପରେ ହିଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜାନକୀଙ୍କ ସହ ସେଠାରେ ରହୁଥିଲେ ତାଙ୍କ ପୁଅ ସରୋଜ(୧୭)। ମାଆଙ୍କ ଶେଷକୃତ୍ୟ ପାଇଁ ସେ ଗାଁରେ ଥିବା ମାମୁ ଘର ଲୋକ ଏବଂ ଅନ୍ୟ ସମ୍ପର୍କୀୟ ତଥା ପଡ଼ୋଶୀମାନଙ୍କୁ ଗୁହାରି କରିଥିଲା। ତେବେ ବାପ ଘର ଗାଁ ଲୋକେ କାନ୍ଧ ଦେବାର ଚଳଣି ନ ଥିବାରୁ କେହି ଆସି ନଥିଲେ। ଫଳରେ ପୁଅ ସରୋଜ ଏକୁଟିଆ ସାଇକଲ କ୍ୟାରିୟରରେ ଜାନକୀଙ୍କ ମୃତଦେହକୁ ୪ କିଲୋମିଟର ବୋହି ନେଇ ନିକଟରେ ଥିବା ଛର୍ଲା ଜଙ୍ଗଲରେ ପୋତି ଦେଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories