www.samajalive.in
Tuesday, December 9, 2025
17.1 C
Bhubaneswar

ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର

କଣ୍ଟାବାଞି : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ରାମୋଡ ଗ୍ରାମ ନିକଟରେ ଥିବା ଏକ କୂଅ ଭିତରେ ଅଜଣା ବ୍ୟକ୍ତିର ମୃତଦେହ ଭାସିବା ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମୃତବ୍ୟକ୍ତିର ବର୍ତ୍ତମାନ ଯାଏଁ ପରିଚୟ ମିଳିନାହିଁ। ଘଟଣା ସ୍ଥଳରେ କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝି ପହଞ୍ଚି ତାଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ସରିଥିଲା। ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ପରେ ବଲାଙ୍ଗିର ସାଇନଟିକଫିକ ଟିମ ତଦନ୍ତ ଆରମ୍ଭ କରିଥିଲେ। ସୂଚନା ଯୋଗ୍ୟ ତୁରେକେଲା ବ୍ଲକ ତୁରେକେଲା ଥାନା ଅନ୍ତର୍ଗତ ରାମୋଡ ଗାଁ କଲୋନୀ ପଡା ନିକଟରେ ଥିବା ପରିତ୍ୟକ୍ତ କୂଅରୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ସୂଚନା ଦେଇଥିଲେ। ପରିଚୟ ନ ମିଳିଥିବା ଯୋଗୁଁ ମୃତଦେହକୁ ୭୨ ଘଣ୍ଟା ପାଇଁ ସାଇତି ରଖାଯାଇଛି। ଗୋଟିଏ ଅପମୃତ ମାମଲା ରୁଜୁ ହୋଇଥିବା ତୁରେକେଲା ପୁଲିସ ଏସ.ଆଇ. ଦୀପକ ଡୁଙ୍ଗଡୁଙ୍ଗ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories