BJD Bijuli 480×75 Mob

ନିଖୋଜ ଶିଶୁର ମୃତ ଦେହ ଉଦ୍ଧାର

BJD Bijuli 480×75 Mob

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ କଳବାଡ଼ ପଞ୍ଚାୟତ ଭୋଲାସିଙ୍ଗି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଶିଶୁର ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ପାଞ୍ଚ ବର୍ଷ ବୟସର ଏହି ଶିଶୁ ଗତ ୨୫ ତାରିଖରୁ ନିଖୋଜ ଥିଲା ।

ଏନେଇ ତାଙ୍କ ବାପା ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଵର୍ଗ ଓ ପୁଲିସ ନିଖୋଜ ଶିଶୁର ସନ୍ଧାନ ନେଉଥିଲେ। ଦୀର୍ଘ ୪ଦିନ ପରେ ଏକ ପରିତ୍ୟକ୍ତ କୂଅରୁ ଶିଶୁଟିର ମୃତ୍ୟୁ ଦେହ ଭାସୁଥିବା ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଶିଶୁ ମୃତ୍ୟୁର ତଦନ୍ତ ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Comments are closed.