ବାସୁଦେବପୁର : ଭଦ୍ରକ ବାସୁଦେବପୁର ଚୂଡ଼ାମଣି ସାମୁଦ୍ରିକ ଥାନା ଅନ୍ତର୍ଗତ ପୋଷ୍ଟ କେନାଲ ଛକ ନିକଟରେ ମଙ୍ଗଳବାର ଜଣେ ଅଜଣା ଯୁବକର ମୃତଦେହ ଠାବ ହୋଇଛି। ଯୁବକର ପରିଚୟ ମିଳିପାରି ନାହିଁ। ତାଙ୍କୁ ୨୫ ରୁ ୩୦ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି। ଯୁବକ ଜଣକ ନିଜ ଘରୋଇ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ନିକଟରେ ଏକ ବ୍ୟାଗରେ କିଛି ଲୁଗାପଟା ଓ ପାଣି ବୋତଲ ପଡ଼ି ରହିଥିବା ଜଣାପଡ଼ିଛି। ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।
Popular Categories



