ପାଣିରେ ବୁଡ଼ି ୨ ନାବାଳିକା ମୃତ

ଆନନ୍ଦପୁର : କେନ୍ଦୁଝର ଜିଲା ଆନନ୍ଦପୁର ସୋସ ଥାନା ଅନ୍ତର୍ଗତ ମଧୁବନ ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। ବୁଡ଼ିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇ ବଞ୍ଚିଯିବା ଆଶାରେ ନାବାଳିକାଙ୍କ ମା’ଅଟୋରେ ମେଡ଼ିକାଲ ନେଉଥିଲେ। ବାଟରେ ଅଟୋ ଓଲଡ଼ି ପଡ଼ିବାରୁ ଅଟୋରେ ଥିବା ୨ ନାବାଳିକାଙ୍କ ମା’ଗୁରୁତର ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଘଟଣରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.