BJD Bijuli 480×75 Mob

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

BJD Bijuli 480×75 Mob
0

ନୟାଗଡ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଏପରି ଘଟଣା ନୟାଗଡା ଜିଲା ନୂଆଗାଁ ଥାନା ଅଞ୍ଚଳରେ ଘଟିଛି। ମୃତ ଚାଷୀଙ୍କ ନାମ ନିରଞ୍ଜନ ପ୍ରଧାନ। ନିରଞ୍ଜନ ସକାଳେ ବିଲକୁ ଯାଉଥିବା ବେଳେ ତଳେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ନିରଞ୍ଜନଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ବିଦ୍ୟୁତ ବିଭାଗର ଅବହେଳାରୁ ଏପରି ଘଟିଥିବା ଲୋକମାନେ ଅଭିଯୋଗ କରିଛନ୍ତି।

Leave A Reply