www.samajalive.in
Monday, December 15, 2025
26.1 C
Bhubaneswar

ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ: କହିଲେ ଆସ୍ଥା ହରାଇଥିବାରୁ ଇସ୍ତଫା ଦେଲି

ଭୁବନେଶ୍ଵର: ବିଜେଡି ଛାଡିଲେ ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି।  ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ଦଳ ଛାଡିଥିବା ନେଇ ସୂଚନା ଦେଇଛନ୍ତି। ଏଥର ଟିକେଟ୍ କଟିଥିବାରୁ ଅସନ୍ତୁଷ୍ଟ ଥିଲେ ସମୀର ଦାଶ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ସେ ବିଜେଡିରୁ ବିଧାୟକ ହୋଇଥିଲେ। ସେପଟେ ଭିଡିଓ ବାର୍ତ୍ତାରେ ସେ ଇସ୍ତଫା ଦେବାର କାରଣ ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ମୁଁ ଦଳ ଛାଡିଛି। ଗୋପ ବିଜେଡି ସଙ୍ଗଠନ ଉପରେ ବି ଆସ୍ଥା ହରାଇଛି। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ ବୋଲି କହିଛନ୍ତି ସମୀର ଦାଶ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories