ନୀଳଗିରି: ନୀଳଗିରି ଥାନା ଅଧୀନ ପଞ୍ଚଲିଙ୍ଗେଶ୍ୱରରେ ଜଣେ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଶନିବାର ରାତିରେ ସ୍ଥାନୀୟ ମାଉଣ୍ଟେନ ଟ୍ରେଲ ହୋଟେଲର ମାଲିକ ବିବେକ ସ ପରିବାର ସହ ହୋଟେଲରେ ବସିଥିଲେ। ଏହି ସମୟରେ କୋଳିଗଡ଼ି ଗାଁର ବନ ଓରଫ ଦୀନବନ୍ଧୁ ମଲିକ, ମର୍ଦରାଜପୁର ଗାଁର ବିବେକ ଜେନା ଓ ଅନ୍ୟ ୨ସହଯୋଗୀ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ସମ୍ପୃକ୍ତ ହୋଟେଲ ମାଲିକ ଏହାକୁ ପ୍ରତିବାଦ କରିବାରୁ ଅଭିଯୁକ୍ତ ବନ ଏକ ଇଟାରେ ତାଙ୍କ ମୁଣ୍ଡକୁ ପ୍ରହାର ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ହୋଟେଲ ମାଲିକଙ୍କୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ଥାନାରେ ତାଙ୍କ ମା ସରସ୍ବତୀ ନାୟକ ଏତଲା ଦାୟର କରିଛନ୍ତି। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।
Popular Categories



