କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ ଭାଗ୍ୟଫଳ: ସାପ୍ତାହିକ ରାଶିଫଳ
ମେଷ:ରବିବାର ଓ ସୋମବାର କର୍ମ ଅନୁରୂପ ଫଳ ପ୍ରାପ୍ତ ହେବ। ଆୟ ମଧ୍ୟମ ରହିବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସମୟ ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ସମ୍ମାନିତ ହେବେ। ଶୁକ୍ରବାର ଓ ଶନିବାର କାର୍ଯ୍ୟକ୍ଷେତ୍ରରେ ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପଢ଼ନ୍ତୁ।
ବୃଷ:ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଚିନ୍ତାଶୀଳ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ବାକ୍ ସଂଯମତା ଲୋଡ଼ା। ଶୁକ୍ରବାର ଓ ଶନିବାର ଆନନ୍ଦପ୍ରାପ୍ତ କରିବେ। ସୁଖାଦ୍ୟ ପ୍ରାପ୍ତ ହେବ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେେବ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ ଓ ଜଳଦାନ କରନ୍ତୁ।
ମିଥୁନ:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାଶ୍ରୟୀ ହେବେ। ନୂତନ କାର୍ଯ୍ୟ କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ମିଳିବ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ କରିବେ। ଧୈର୍ଯ୍ୟବାନ୍ ହେବେ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିବା ଉଚିତ ନୁହେଁ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶ ଆରାଧନା କରନ୍ତୁ।
କର୍କଟ:ରବିବାର ଓ ସୋମବାର ଯଶ, ମାନ, ଗୌରବର ଅଧିକାରୀ ହେବେ। ଧାର୍ମିକ ଚିନ୍ତାଧାରା ଯୁକ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ଶୁକ୍ରବାର ଓ ଶନିବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ସଫଳତା ମିଳିବ। ମହିଳା ଓ ଛାତ୍ରଛାତ୍ରୀମାନେ ଅନୁସନ୍ଧିତ୍ସୁ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ପୂଜା କରନ୍ତୁ।
ସିଂହ:ରବିବାର ଓ ସୋମବାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ଶତ୍ରୁଦ୍ବାରା ପ୍ରଭାବିତ ହୋଇପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯଶ, ମାନ, ଗୌରବ ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତି ଉନ୍ନତ ରହିବ। ଶୁକ୍ରବାର ଓ ଶନିବାର ନୂତନ ଜମିବାଡ଼ି କିଣାକିଣି କରିବା ପାଇଁ ଚେଷ୍ଟା କରିବେ। ବନ୍ଧୁବର୍ଗରେ ଆନନ୍ଦପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମାତଙ୍ଗୀ କବଚ ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର କର୍ମତତ୍ପର ହେବେ। ନୂତନ ବନ୍ଧୁଲାଭ ହେବ। ପ୍ରୀତି ଲାଭ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଶତ୍ରୁଠାରୁ ଦୂରେଇ ରହିବା ଭଲ। ଯାନବାହନ ଜନିତ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ପ୍ରତିଷ୍ଠା ଲାଭ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ ଓ ଭଗବାନଙ୍କୁ ତୁଳସୀ ଅର୍ପଣ କରନ୍ତୁ।
ତୁଳା:ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ରବିବାର ଓ ସୋମବାର ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରେମରେ ସଫଳତା ଲାଭ ହେବ। ସ୍ତ୍ରୀ ହେତୁକ ଧନଲାଭ ହେବ। ଶୁକ୍ରବାର ଓ ଶନିବାର କୌଣସି କାର୍ଯ୍ୟ କରିବା ପୂର୍ବରୁ ଚିନ୍ତନଶୀଳ ହେବା ଉଚିତ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟ ସଫଳତାପ୍ରାପ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଚଣ୍ଡୀପାଠ କରିବା ଉଚିତ।
ବିଛା:ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାନୁରାଗୀ ହେବେ। ଆୟ ବୃଦ୍ଧି ହେବ। ନିଜର କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ପ୍ରତିଷ୍ଠା ପ୍ରଦାନ କରିବ। ବୁଧବାର ଓ ଗୁରୁବାର ଶତ୍ରୁରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର ପ୍ରୀତି ଲାଭ ହେବ। ଧାର୍ମିକ ଚେତନାଯୁକ୍ତ ହେବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ କର୍ମଅନୁରୂପ ଫଳ ପ୍ରାପ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ ଓ ଅନ୍ନଦାନ କରନ୍ତୁ।
ଧନୁ:ରବିବାର ଓ ସୋମବାର ପ୍ରତିଟି କ୍ଷେତ୍ରରେ ସାବଧାନତା ଲୋଡ଼ା। ଜଗିରଖି ଚଳନ୍ତୁ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ବନ୍ଧୁଙ୍କଠାରୁ ସହଯୋଗ ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶୁକ୍ରବାର ଓ ଶନିବାର ଭ୍ରମଣ ପ୍ରିୟ ହେବେ। କର୍ମ ସଫଳତା ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗାଷ୍ଟକ ପାଠ କରନ୍ତୁ ଓ ଜଳଦାନ କରନ୍ତୁ।
ମକର: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। କାର୍ଯ୍ୟକ୍ଷେତ୍ର ବ୍ୟାପକ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆନନ୍ଦରେ ନିରାନନ୍ଦ ସୃଷ୍ଟି ହେବ। ଜଗିରଖି ଚଳିବେ। ଅଯଥା ଚିନ୍ତା ଭାରାକ୍ରାନ୍ତ କରିବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ପ୍ରେମରେ ସଫଳ ହେେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶନୈଶ୍ଚର କବଚ ପାଠ କରନ୍ତୁ।
କୁମ୍ଭ:ରବିବାର ଓ ସୋମବାର ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ। ଶତ୍ରୁଠାରୁ ପରାସ୍ତ ହୋଇପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅନୁସନ୍ଧିତ୍ସୁ ହେବେ। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଚାହୁଁଥିବା ଦିଗରୁ ଅର୍ଥପ୍ରାପ୍ତ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀକାଳୀ କର୍ପୂର ସ୍ତୋତ୍ର ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ସଫଳତା ଲାଭ କରିବେ। ଆନନ୍ଦ ଉଲ୍ଲାସରେ ସମୟ କଟାଇବେ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଦୂରଯାତ୍ରା କରିବା ଉଚିତ ନୁହେଁ। ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ନୂତନ ବନ୍ଧୁ ଲାଭ ହେବ। ପାରିବାରିକ ଶାନ୍ତି ବିରାଜମାନ କରିବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ତାରାଙ୍କ କବଚ ପାଠ କରନ୍ତୁ। nn
Comments are closed.