BJD Bijuli 480×75 Mob

ହାଇଦ୍ରାବାଦର ଡିସିପି ନିଜ ଆଇପିଏସ୍‌ ଝିଅକୁ ଏକ ରାଲିରେ କଲେ ସ୍ୟାଲୁଟ

BJD Bijuli 480×75 Mob
0

ହାଇଦ୍ରାବାଦ .- ବାପା ବରିଷ୍ଠ ପୁଲିସ ଅଧିକାରୀ , ଝିଅ ଆଇପିଏସ୍‌ । ହେଲେ କାର୍ଯ୍ୟକ୍ଷେତ୍ରରେ ବାପା ଝିଅକୁ ସ୍ୟାଲୁଟ୍‌ କରନ୍ତି । ଏପରି ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି ।

ହାଇଦ୍ରାବାଦ ମାଲକାଜ୍‌ଗିରି ଅଞ୍ଚଳର ଡିସିପି ବା ଡେପୁଟି କମିଶନର  ଅଫ୍‌ ପୁଲିସ ହେଉଛନ୍ତି ଏଆର୍‌ ଉମା ମହେଶ୍ୱର ଶର୍ମା, ତାଙ୍କ ଝିଅ ହେଉଛନ୍ତି  ସିନ୍ଧୁ ଶର୍ମା ।  ଉମାମହେଶ୍ୱର ଶର୍ମା ଆସନ୍ତା ବର୍ଷ ଅବସର ନେବେ । ସିନ୍ଧୁ ଶର୍ମା ଆଇପିଏସ୍‌ ପାଇବା ପରେ ଭାରତୀୟ ପୁଲିସ ଏକାଡେମୀରୁ ତାଲିମ ନେଇ ପ୍ରଥମେ ସବ୍‌ ଇନିସ୍‌ପେକ୍ଟର ରାଙ୍କରେ କାମ କରିଥିଲେ । ଏବେ ସେ ଆଇପିଏସ୍‌ ରାଙ୍କରେ କାମ କରୁଛନ୍ତି ।  ଏକ ରାଜନୈତିକ ରାଲିରେ ବାପା ଓ ଝିଅ କର୍ତ୍ତବ୍ୟ କରୁ ବେଳେ ମୁହାଁ ମୁହିଁ ହୋଇଥିଲେ । ବାପା ସଙ୍ଗେ ସଙ୍ଗେ ଝିଅକୁ ସ୍ୟାଲୁଟ୍‌ କରିଥିଲେ । ଝିଅକୁ ସ୍ୟାଲୁଟ କରି ବେଶ୍‌ ଗର୍ବିତ ବୋଲି ଉମାମହେଶ୍ୱର କହିଛନ୍ତି । ପ୍ରଥମ ଥର ପାଇଁ କର୍ତ୍ତବ୍ୟ କଲା ବେଳେ ସେ ଆପିଏସ୍‌ ଅଧିକାରୀ ତଥା ନିଜ ଝିଅକୁ ଭେଟିଛନ୍ତି । ସେଥିପାଇଁ ରାଙ୍କ୍‌ ଅନୁସାରେ ସେ ଝିଅକୁ ସ୍ୟାଲୁଟ କରିଛନ୍ତି ବୋଲି ସେଠାକାର ଗଣମାଧ୍ୟମରେ ନିଜ ପ୍ରତକ୍ରିୟା ରଖିଛନ୍ତି ।

Leave A Reply