mission shakti banner

ତଥ୍ୟ ଚୋରି ଅଭିଯୋଗ ; ଖବରକାଗଜରେ କ୍ଷମା ମାଗିଲା ଫେସବୁକ୍‌

BSKY banner  750×100
0

ଲଣ୍ଡନ : ତଥ୍ୟ ଚୋରି ଅଭିଯୋଗକୁ ନେଇ ଫେସବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ନିଜର କ୍ଷମା ପ୍ରାର୍ଥନା ସମ୍ପର୍କରେ ଜୁକରବର୍ଗ ବ୍ରିଟେନ ଓ ଆମେରିକାର ପ୍ରମୁଖ ୯ଟି ଖବରକାଗଜରେ ବିଜ୍ଞାପନ ଛାପିଛନ୍ତି। ଏହି ପ୍ରମୁଖ ଖବରକାଗଜ ଗୁଡିକ ମଧ୍ୟରେ ରହିଛି ବି୍ରଟେନର ମେଲ ଅନ ସନ୍‌ଡେ, ଦ ସନ୍‌ଡେ ଟାଇମ୍ସ ଓ ଦ ଅବଜରଭର। ସେହିପରି ଆମେରିକାର ପ୍ରମୁଖ ଖବରକାଗଜ ମଧ୍ୟରେ ରହିି ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ ପୋଷ୍ଟ ଓ ୱାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ। ସମ୍ପୂର୍ଣ୍ଣ ପୃଷ୍ଠାର (ଫୁଲ ପେଜ) ବିଜ୍ଞାପନରେ ଜୁକବରବର୍ଗ ଉଲ୍ଲେଖ କରିଛନ୍ତି ଯେ ଫେସବୁକ୍‌ ତଥ୍ୟକୁ ସୁରକ୍ଷିତ ରଖିବା ଆମର କାମ। ଯଦି ଆମେ ତଥ୍ୟ ସୁରକ୍ଷିତ ରଖି ନ ପାରିବୁ ତେବେ ଆମେ ନିଜକୁ ଅଯୋଗ୍ୟ ମନେ କରିବୁ। ଆଗାମୀ ଦିନରେ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ। ଏହା ପୂର୍ବରୁ ଗୁରୁବାର ଜୁକରବର୍ଗ ତାଙ୍କ ଫେସବୁକ୍‌ ଓ ଏକ ସାକ୍ଷାତକାରରେ ଏହି ତଥ୍ୟ ଚୋରି ପାଇଁ କ୍ଷମା ମାଗିଥିଲେ।

Leave A Reply