www.samajalive.in
Monday, December 15, 2025
24.1 C
Bhubaneswar

ଅଦ୍ଭୁତ ପରମ୍ପରା: ପରିବାରରେ କାହାର ମୃତ୍ୟୁ ହେଲେ, କାଟିବାକୁ ପଡ଼େ ଘରର ମହିଳାଙ୍କ ଆଙ୍ଗୁଠି

ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ହେଲେ ଏପରି କିଛି ପ୍ରଥା ବା ପରମ୍ପରା ରହିଛି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଅନୁଭୂତ ହୋଇଥାଏ। ଠିକ୍‍ ସେହିଭଳି ଏକ ଅଦ୍ଭୁତ ପରମ୍ପରା ରହିଛି ଇଣ୍ଡୋନେସିଆରେ। ଇଣ୍ଡୋନେସିଆରେ ଏଭଳି ଏକ ଜନଜାତିର ଲୋକେ ବସବାସ କରନ୍ତି, ଯେଉଁଠି ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସେହି ପରିବାରର ଜଣେ ମହିଳାଙ୍କ ଆଙ୍ଗୁଠି କାଟି ଦିଆଯାଇଥାଏ।

ସୂଚନା ଅନୁସାରେ, ଇଣ୍ଡୋନେସିଆ ଦାନୀ ଜନଜାତିରେ ଏଭଳି ପରମ୍ପରା ରହିଛି। ସେମାନଙ୍କର ବିଶ୍ୱାସ ରହିଛି ଯେ, ଜଣେ ମହିଳାଙ୍କ ଆଙ୍ଗୁଠି କାଟିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ଓ ପରବର୍ତ୍ତୀ ସମୟରେ ସେ ଆଉ ଭୂତ ହୋଇ ପରିବାରକୁ କୌଣସି ବିପଦ ଆଣନ୍ତି ନାହିଁ। କିଛି ବର୍ଷ ପୂର୍ବେ ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା ଏହି ପ୍ରଥାକୁ ଉଚ୍ଛେଦ କରାଯାଇଥିଲେ ମଧ୍ୟ ସେଠାକାର କିଛି ବୟସ୍କ ମହିଳାଙ୍କ ହାତ ଦେଖି ସେମାନଙ୍କୁ ଚିହ୍ନଟ କରାଯାଇ ପାରିବ। ଯେଉଁଥିରୁ ଜଣାପଡ଼ିବ ଯେ, ଆଜି ମଧ୍ୟ ଲୁଚାଛପା ଭାବେ ଏହି ପରମ୍ପରା ଲାଗୁ ହେଉଛି।

- Advertisement -

ଏହି ପ୍ରକ୍ରିୟାରେ ମହିଳାଙ୍କ ଆଙ୍ଗୁଠିକୁ କିଛି ଘଣ୍ଟା ପର୍ୟ୍ୟନ୍ତ ଜୋରରେ ବାନ୍ଧିଦିଆଯାଏ। ସେଠାରେ ରକ୍ତପ୍ରବାହ ବନ୍ଦ କରିବାକୁ ଏପରି କରାଯାଏ। ଏହାପରେ ଏକ ଧାରୁଆ ଅସ୍ତ୍ର ଆଣି ସେହି ଆଙ୍ଗୁଠି ସହ ନଖକୁ ମଧ୍ୟ କାଟିଦିଆଯାଏ। ଏହି ଜନଜାତିରେ ଏପରି କେତେକ ମହିଳା ରହିଛନ୍ତି, ଯାହାଙ୍କର ଗୋଟେ ନୁହେଁ ବରଂ ଗୋଟେରୁ ଅଧିକ ଆଙ୍ଗୁଠି କାଟି ଦିଆଯାଇଛି। ଏହା ବ୍ୟତୀତ ଆଉ କେତେକ ମହିଳା ରହିଛନ୍ତି, ଯାହାଙ୍କର ଏପର୍ୟ୍ୟନ୍ତ ସବୁ ଆଙ୍ଗୁଠିକୁ କାଟିଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories