www.samajalive.in
Saturday, December 6, 2025
19.1 C
Bhubaneswar

‘ଡ଼୍ୟାନ୍ସ ଦିୱାନେ’ ଟ୍ରଫି ବାଜି ମାରିନେଲେ ଆଲୋକ

ମୁମ୍ବଇ: କଲର୍ସ ଚ୍ୟାନେଲ୍ ରେ ପ୍ରସାରିତ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ର ଗ୍ରାଣ୍ଡ୍ ଫିନାଲେରେ କୋଲକାତାର ୭ବର୍ଷୀୟ ଆଲୋକ ଶା’ ନିଜ ବୟସରୁ ଯଥେଷ୍ଟ ବଡ଼ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ହାସଲ କରିଛନ୍ତି। ଟ୍ରଫି ସହ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ମିଳିଛି। ତିନିଟି ଜେନେରେସନ୍ ଙ୍କୁ ନେଇ ହୋଇଥିବା ଏହି ଡ୍ୟାନ୍ସ ରିଆଲିଟି ଶୋ’ର ଗ୍ରାଣ୍ଡ୍ ଫିନାଲେରେ କିଶନ୍ ବିଲଗଲି, ଦୀନା ନାଥ୍, ଜ୍ୟୋତି ରଞ୍ଜନ, ପ୍ରଭାଦୀପ ସିଂହ ଗିଲ୍, ସିଜା ରୟ, ବେଦ୍ ପ୍ରକାଶ୍ ଏବଂ ସୋନାଲି ନିରନ୍ତର୍ଙ୍କ ଭଳି ପ୍ରବୀଣ ନୃତ୍ୟଶିଳ୍ପୀମାନଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି।
ଏହି ରିଆଲିଟି ଶୋ’ରେ ବଲିଉଡ଼ ଡ୍ୟାନ୍ସିଂ କୁଇନ୍ ତଥା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍ ଏବଂ କୋରିଓଗ୍ରାଫର୍ ତୁଶାର୍ କଲିଆ ବିଚାରକ ଥିବାବେଳେ ଆଗାମୀ ବଲିଉଡ୍ ଚଳଚ୍ଚିତ୍ର “ସୁଇ ଧାଗା” ର ଅଭିନେତା ବରୁଣ ଧୱନ୍ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଗ୍ରାଣ୍ଡ୍ ଫିନାଲେରେ ଉପସ୍ଥିତ ଥିଲେ।
ଏହି ରିଆଲିଟି ଶୋ’ରେ ଦର୍ଶକ ପ୍ରଥମ ଥର ପାଇଁ ଭିନ୍ନ ଭିନ୍ନ ତିନିଟି ପିଢିର ନୃତ୍ୟ ପ୍ରତିଭା ମାନଙ୍କୁ ଦେଖିବାକୁ ପାଇଥିଲେ।
ପୂର୍ବରୁ ପ୍ରଥମ ଜେନେରେସନ୍ ର ଆଲୋକ ଶା’ ଶୀର୍ଷରେ ଥିବା ବେଳେ ଦ୍ୱିତୀୟ ଜେନେରେସନ୍ ରୁ କୀଶନ୍ ଓ ତୃତୀୟ ଜେନେରେସନରୁ ଦୀନା ନାଥ୍ ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ। ତେବେ ଗ୍ରାଣ୍ଡ୍ ଫିନାଲେରେ ଦୁଇ ସିନିଅର୍‍ଙ୍କ ସମେତ ୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛନ୍ତି ୭ ବର୍ଷୀୟ ଆଲୋକ। ସେ ୪ ବର୍ଷ ବୟସରୁ ଏ ପର୍ଯ୍ୟନ୍ତ ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି। ଆଲୋକଙ୍କ ପ୍ରତିଭା ଦେଖି ଶୋ’ର ଅତିଥିମାନେ ଖୁବ୍ ଆଶ୍ଚର୍ୟ୍ୟ ମଧ୍ୟ ହୋଇଯାଇଥିଲେ। ଆଲୋକଙ୍କ ବାପା କୋଲକାତା ଫୁଟ୍ପାଥ୍ ରେ ଜଣେ ଛୋଟକାଟିଆ ଲୁଗା ବ୍ୟବସାୟୀ। ପରିବାରର ଆର୍ଥିକ ସ୍ଥିତି ସେପରି ସ୍ୱଚ୍ଛଳ ନଥାଇ ବି ପୁଅକୁ ନାଚିବା ପାଇଁ ଉତ୍ସାହିତ କରିଥିବା ବାପା ଓ ମା’ଙ୍କ ସ୍ୱପ୍ନକୁ ସାକାର କରିବାରେ ଆଲୋକ ସଫଳ ହୋଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories