www.samajalive.in
Sunday, December 7, 2025
13.1 C
Bhubaneswar

ବିଜେପି ସହିତ ଆସନ ବୁଝାମଣା ଚୂଡ଼ାନ୍ତ: ନୀତୀଶ

ପାଟନା: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିହାରରେ ବିଜେପି ସହିତ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି ନୀତୀଶ। ଦୁଇ ସପ୍ତାହ ପୂର୍ବରୁ ଆସନ ବୁଝାମଣାରେ ବିଜେପିର ଫର୍ମୂଲାକୁ ନେଇ ନୀତୀଶ କୁମାରଙ୍କ ଅସନ୍ତୁଷ୍ଟ ଥିଲେ। କିନ୍ତୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ନୀତୀଶ କୁମାରଙ୍କ ମଧ୍ୟରେ ଆଲୋଚନା ପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ନୀତୀଶ କହିଛନ୍ତି। କେଉଁ ଦଳ କେତେ ଆସନରେ ଲଢ଼ିବା ପାଇଁ ନିଷ୍ପତ୍ତି ହୋଇଛି ତାହା ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ନୀତୀଶ କହିଛନ୍ତି।
ସୂଚନାଯୋଗ୍ୟ, ବିହାରର ୪୦ଟି ଲୋକ ସଭା ଆସନରୁ ବିଜେପି ଏକାକୀ ୨୦ଟି ଆସନରେ ଲଢ଼ିବାକୁ ଚାହୁଁଛି। ବାକି ୨୦ ଆସନରୁ ଜେଡିୟୁକୁ ୧୨, ୬ଟି ରାମ ବିଳାସ ପାଶୱାନଙ୍କ ଏଲ୍‍ଜେପିକୁ ଓ ୨ଟି ଉପନ୍ଦ୍ରେ ଖୁସ୍‍ୱାଙ୍କ ଆରଏଲ୍‍ଏସ୍‍ପିକୁ ଦେବା ପାଇଁ ବିଜେପି ପ୍ରସ୍ତାବ ଦେଇଥିଲା। ଅପରପକ୍ଷରେ ଜେଡିୟୁ ଓ ବିଜେପି ୧୭ ଟି ଲେଖାଏଁ ଆସନ ଓ ବାକି ୬ଟି ଏଲ୍‍ଜେପିକୁ ଛାଡ଼ିବାକୁ ଜେଡିୟୁ ପ୍ରସ୍ତାବ ଦେଇଥିଲା। ୨୦୧୪ ନିର୍ବାଚନରେ ବିଜେପି ବିହାରରୁ ଏକାକୀ ୨୨ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଏନ୍‍ଡିଏ ୩୧ଟି ଆସନରେ ଜୟଯୁକ୍ତ ହୋଇଥିଲା। ଅପରପକ୍ଷରେ ନୀତୀଶ କୁମାରଙ୍କ ଜେଡିୟୁ ମାତ୍ର ୨ଟି ଆସନରେ ଜିତି ପାରିଥିଲା। ତେଣୁ ବିଜେପି ୨୦ଟି ଆସନ ନେବା ଜିଦ୍‍ରେ ଅଟଳ ଥିବା ବେଳେ ଜେଡିୟୁ ନିଜକୁ ଅପମାନିତ ବୋଧ କରୁଥିଲା। ଦୁଇ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ବିହାରରେ ବିଜେପି ଓ ଜେଡିୟୁ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ୁଥିଲା। ନୀତୀଶଙ୍କ ଆଜିର ଘୋଷଣା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories