ଦୋକାନ ଓ ଘରୁ ଚୋରି, ୪ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ଼ରେ ଥିବା ଏକ ଘରୁ ଓ ଦୋକାନରୁ ସୁନା ଅଳଙ୍କାର ଚୋରି ଘଟଣାରେ ପୁଲିସ ୪ ପେସାଦାର ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ଦିଗପହଣ୍ଡି ଥାନା ଅଧିନ ଭିଷ୍ମଗିରି ଗ୍ରାମର ବିକାଶ ବିଷୋୟୀ (୨୩), ସେହି ଇଲାକାର ସିଲୁ ନାୟକ(୨୧), ପାଟପୁର ଅଞ୍ଚଳର କାଳିଆ ବେହେରା(୨୧), କବିସୂର୍ଯ୍ୟନଗର ଥାନା ଅଧିନ ବିରିସିଂ ଶରତ କୁମାର ନାୟକ (୩୨) ବୋଲି ତଦନ୍ତ ଅଧିକାରୀ ସିଲୁ ଧଳ କହିଛନ୍ତି। ପୁଲିସ ଏମାନଙ୍କ ନିକଟରୁ ୪ ଟି ମୋବାଇଲ ଫୋନ,୧ ଲକ୍ଷ ୪୦ ହଜାର ଟଙ୍କା,ବାଲିପଡା ଏସ ବି ଆଇ ଓ ଦିଗପହଣ୍ଡିରେ ଥିବା ଏକ ବେସରକାରୀ ଫାଇନାନ୍ସ କମ୍ପାନୀରେ ଜମା କରାଯାଇଥିବା ୫୬ ଗ୍ରାମ ଓଜନର ସୁନା ଅଳଙ୍କାର କାଗଜପତ୍ର,ଚୋରି କରିବା ପାଇଁ ବ୍ୟବହୃତ ସାମଗ୍ରୀ ସହ ବ୍ୟାଟେରୀ,ଇନଭେଣ୍ଟର ମେସିନ ପ୍ରମୁଖ ଜବତ କରିଛି।
ସୂଚନାଯୋଗ୍ୟ ପି ସୂର୍ଯ୍ୟ ନାରାୟଣ ଆଚାରୀ ରାଳବ ମୁଖ୍ୟରାସ୍ତାରେ ଘର ଓ ଗୋଟିଏ ଦୋକାନ କରିଛନ୍ତି। ଗତବର୍ଷ ଡ଼ିସେମ୍ବର ୧୮ତାରିଖ ମଧ୍ୟରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ଓ ଦୋକାନ ଚାବି ଭାଙ୍ଗି ସୁନା,ରୂପା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ। ଆଲମିରାରେ ଥିବା ୩ କିଲୋ ରୂପା ଅଳଙ୍କାର, ପ୍ରାୟ ୩୭୦ଗ୍ରାମ ସୁନା ଅଳଙ୍କାର ଆଦି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରିବା ସହ ଉପୋରକ୍ତ ଅଭିଯୁକ୍ତଙ୍କୁ ଗରିଫ କରିଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ଵାଇଁ ସୂଚନା ଦେଇଛନ୍ତି। ଅନ୍ୟ ପଟେ ଏହି ଚୋର ଗ୍ୟାଙ୍ଗ ଗୋଳନ୍ଥରା ଥାନା ଇଲାକାରେ ଘଟିଥିବା ୯ ଟି ମାମଲା ସମେତ ବି ଏନ୍ ପୁର ଥାନାରେ ୨ ଟି ଟାଉନ ଥାନା ଓ ଗୋଷାଣୀ ନୂଆଗାଁ ଥାନା ଇଲାକାରେ ଗୋଟିଏ ଲୋଖାଏ ମାମଲାରେ ସମ୍ପୃକ୍ତ ରହିଥିବା ତଦନ୍ତ ବେଳେ ଜଣାପଡିଥିବା ଆଇଆଇସି ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତ ମାନଙ୍କୁ ପୁଣିଥରେ ରିମାଣ୍ଡରେ ଅଣାଯାଇ ତଦନ୍ତ କରାଯିବ ବୋଲି ପୁଲିସ କହିଛି।
Comments are closed.