www.samajalive.in
Monday, December 15, 2025
27.1 C
Bhubaneswar

ଆଠଗଡ କଲେଜରେ ଉଦ୍ଭିଦ ବିଜ୍ଞାନ ପାଠଚକ୍ର

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ପାଠଚକ୍ରରେ ବିଷୟଭିତ୍ତିକ ମୁଖ୍ୟବକ୍ତା ରୂପେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ.କୁଞ୍ଜବିହାରୀ ଶତପଥି ଏବଂ ସମ୍ମାନିତ ବକ୍ତା ଭାବେ ଭୂବନେଶ୍ବର, ନହରକଣ୍ଟାସ୍ଥିତ ଜୟଦେବ କଲେଜର ପ୍ରାଧ୍ୟାପକ ଡ.ଆଶୀର୍ବାଦ ମହାପାତ୍ର ଯୋଗଦେଇ ଉଦବୋଧନ ଦେଇଥିଲେ । ବିଭିନ୍ନ ବୃକ୍ଷର ଔଷଧୀୟ ଗୁଣ, ଆୟୁର୍ବେଦରେ ବୃକ୍ଷରାଜିର ଉପଯୋଗ ଓ ପ୍ରଭାବ ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନକୁ ବୃକ୍ଷଲତାର ଅବଦାନ ଉପରେ ଅତିଥି ଦ୍ୱୟ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ସେହିପରି ରସାୟନିକ ଔଷଧ ବଦଳରେ ଜୈବ ଔଷଧ ପ୍ରୟୋଗ ଦ୍ବାରା କିପରି ବିଶ୍ୱକୁ ପ୍ରଦୂଷଣମୁକ୍ତ କରିହେବ ସେ ସମ୍ପର୍କରେ ବୁଝାଇବା ସହ ଛାତ୍ରଛାତ୍ରୀମାନେ ବିଭିନ୍ନ ବୃକ୍ଷଲତାର କବକକାରୀ ଗୁଣ ବିଷୟରେ ଗବେଷଣା କରିବାକୁ ପରାମର୍ଶ ଦେଇଥିଲେ ।

ଅଧ୍ୟକ୍ଷ ଡ.ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନ୍ୟତମ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ.ଚିତ୍ତରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତିଥିମାନଙ୍କ ଦ୍ବାରା  ଉଦ୍ଭିଦ ବିଜ୍ଞାନ ବିଭାଗର ‘ବାର୍ଷିକ ପାଠଚକ୍ର ବୁଲେଟିନ’ ଉନ୍ମୋଚିତ ହୋଇଥିଲା । ଅଧ୍ୟାପିକା ପ୍ରତିଭା ମହାନ୍ତି, ଅଧ୍ୟାପକ ଯଶରଞ୍ଜନ ପୋଢ, ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପିକା ଡ.ସ୍ନିଗ୍ଧା ପାତ୍ର, ଡେମୋନଷ୍ଟ୍ରେଟର ବିନୟ କୁମାର ଶତପଥି, ସଚ୍ଚିଦାନନ୍ଦ ଜେନା, ରଞ୍ଜିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ନଳିନୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories