www.samajalive.in
Sunday, December 7, 2025
14.1 C
Bhubaneswar

ଷ୍ଟେଟ ବିଜନେସ୍ ଆୱାର୍ଡ ୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର : ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଭରତ ମୋସନ ଇଭେଣ୍ଟସ ପକ୍ଷରୁ ଦ୍ଵିତୀୟ ଷ୍ଟେଟ ବିଜିନେସ୍ ଆୱାର୍ଡ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୨୫ ଜଣ ସଫଳ ଯୁବ ଉଦ୍ୟୋଗୀଙ୍କୁ ନିର୍ବାଣ ଫାଉଣ୍ଡେସନ ତରଫରୁ ସମ୍ମାନିତ କରାଯାଇଛି। ଓଡ଼ିଶାର ପ୍ରତିଷ୍ଠିତ ଯୁବ ଉଦ୍ୟୋଗୀ କିପରି ଆହୁରି ପାଦେ ଆଗେଇବେ ସେଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିର୍ବାଣ ଫାଉଣ୍ଡେସନ ବିଜିନେସ୍ ଆୱାର୍ଡ ସହିତ ଅନେକ ସାମାଜିକ ଉପଯୋଗୀ କ୍ଷେତ୍ରରେ କାର୍ଯ୍ୟ କରୁଛି ।
ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢା ପ୍ରତି ଆଗ୍ରହ ବଢାଇବା ପାଇଁ ବହି, ଖାତା, କଲମ, ପେନସିଲ ଇତ୍ୟାଦି ପ୍ରଦାନ କରାଯାଇଥିଲା। ୩୦ଟି ଜିଲ୍ଲାର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ନିର୍ବାଣ ଫାଉଣ୍ଡେସନ ପ୍ରଚେଷ୍ଟା କରିବ। ଏହି ଆୱାର୍ଡ କାର୍ଯ୍ୟକ୍ରମକୁ ଆରଜେ, ଭିଜେ କେପି ପରିଚାଳନା କରିଥିଲେ ଏବଂ ଏଥିରେ ବିଜିନେସ୍ ରେ କଣ ସବୁ ଚାଲେଞ୍ଜେସ୍ ରହୁଛି ସେହି ସମ୍ପର୍କୀୟ ଏକ ଆଲୋଚନା ଚକ୍ର ହୋଇଥିଲା ।

ଏହି ପର୍ବରେ ସ୍ୱତନ୍ତ୍ର ଅତିଥିଭାବେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ସୂର୍ଯ୍ୟକାନ୍ତ ବେହେରା, ମ୍ୟାନେଜିଂ ଡାଇରେକ୍ଟର ମେଘା ବିଲଡର, ଡଃ ଶୁଭାଶିଷ ଦାସ ମ୍ୟାନେଜିଂ ଡାଇରେକ୍ଟର, ଆପୋଲୋ ଟ୍ରି ହୋଟେଲ, ସଞ୍ଜୟ ଜେନା, ମ୍ୟାନେଜିଂ ଡାଇରେକ୍ଟର, ଭାରତ ଫୁଏଲ, ବୁସ୍ରା ଖାଁ, ମ୍ୟାନେଜିଂ ଡାଇରେକ୍ଟର, ବୁସ୍ରା ଖାଁ ପାରାଦ୍ୱୀପ ପରିବହନ ଲିମିଟେଡ଼ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିବୃନ୍ଦଙ୍କୁ ଭରତ ପ୍ରଧାନ ସ୍ୱାଗତ ଜଣାଇଥିଲେ। ଶେଷରେ ଭରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..

- Advertisement -

ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍‌ରେ ଥାପିବେ ପାଦ, ସାଇନ୍‌ କଲେ ପ୍ରଥମ ଫିଲ୍ମ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories