www.samajalive.in
Monday, December 15, 2025
14.1 C
Bhubaneswar

ଆଦାନୀଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଭାରତର ସାହାଯ୍ୟ ଲୋଡ଼ିଲା ଆମେରିକା

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଗ୍ରୁପ୍‌ର ଅନେକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ଭାରତର ସହାୟତା ଲୋଡ଼ିଛି ଆମେରିକା। ସୂଚନା ଅନୁସାରେ, ଭାରତର ଆଇନ ମନ୍ତ୍ରଣାଳୟର ସହାୟତା ଲୋଡ଼ିଛି ଆମେରିକାର ଏଜେନ୍ସି ଏସଇସି। ଏହି ମାମଲା ଶେୟାର ରିଗିଂ ଏବଂ ୨୬.୫ ମିଲିୟନ ଡଲାରର ଲାଞ୍ଚ ସହ ଜଡ଼ିତ। ଆମେରିକାର ଏସଇସି ଆଦାନୀ ଗ୍ରୁପ୍‌ର ଯାଞ୍ଚ କରୁଛି। ନ୍ୟୁୟର୍କର ଏକ ଅଦାଲତଙ୍କୁ ଏସଇସି କହିଛି ଯେ, ଗୌତମ ଏବଂ ସାଗର ଆଦାନୀଙ୍କୁ କୋର୍ଟ ନୋଟିସ୍ ପଠାଇବାକୁ ଉଦ୍ୟମ ଚାଲିଛି। ଉଭୟ ଭାରତରେ ରୁହନ୍ତି।

ଗତବର୍ଷ ବ୍ରୁକଲିନ୍‌ର ଫେଡେରାଲ୍ ପ୍ରୋସିକ୍ୟୁଟର ଆଦାନୀ ଏବଂ ଗ୍ରୁପ୍‌ର ଅନେକ ଅଧିକାରୀଙ୍କ ବିରୋଧରେ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବାର ଅଭିଯୋଗ କରିଥିଲେ। ଆଦାନୀ ଗ୍ରୀନ୍ ଏନର୍ଜିରୁ ବିଦ୍ୟୁତ୍ କିଣିବା ପାଇଁ ଏହି ଲାଞ୍ଚ ଦିଆଯାଇଥିଲା। ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ, ଆଦାନୀ ଆମେରିକୀୟ ନିବେଶକମାନଙ୍କୁ ବିଭ୍ରାନ୍ତ କରିଥିଲେ। କମ୍ପାନୀର ଦୁର୍ନୀତି ନିବାରଣ ପଦକ୍ଷେପ ବିଷୟରେ ସେ ମିଥ୍ୟା ସୂଚନା ଦେଇଥିଲେ। ଆଦାନୀ ଗ୍ରୁପ୍ ଏସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ଗ୍ରୁପ୍ କହିଛି ଯେ, ସେ ସମସ୍ତ ଆଇନଗତ ବିକଳ୍ପ ବ୍ୟବହାର କରିବ।

- Advertisement -

ଏସଇସି ଏହାର ଅଭିଯୋଗରେ କହିଛି ଯେ, ୨୦୨୦ରୁ ୨୦୨୪ ମଧ୍ୟରେ ଗୌତମ ଆଦାନୀ, ସାଗର ଆଦାନୀ ଏବଂ ଅନ୍ୟ ୬ ଜଣ ବ୍ୟକ୍ତି ଭାରତରେ ସରକାରୀ କର୍ମଚାରୀମାନଙ୍କୁ ୨୬.୫ ମିଲିୟନ ଡଲାର ଲାଞ୍ଚ ଦେଇଛନ୍ତି। ଲାଭଜନକ ସୌର ଶକ୍ତି କଣ୍ଟ୍ରାକ୍ଟ ପାଇବା ପାଇଁ ଏହି ଲାଞ୍ଚ ଦିଆଯାଇଥିଲା। ଏହି କଣ୍ଟ୍ରାକ୍ଟ ଦ୍ଵାରା ୨୦ ବର୍ଷରେ ୨ ବିଲିୟନ ଡଲାର ଲାଭ ହେବାର ଆଶା ଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories