କ୍ୟାମ୍ପସ୍କୁ ଫେରିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର : କିଟ୍ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି ରହିଛି। ନେପାଳର କାଉନସେଲର ସଞ୍ଜୀବ ଦାସବର୍ମା,ନବୀନରାଜ ଅଧିକାରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କିଟ୍ କ୍ୟାମ୍ପସ୍ରେ ପୁଣି ଥରେ ଶାନ୍ତି ଫେରିବ ବୋଲି କହିଛନ୍ତି। କ୍ୟାମ୍ପସ୍କୁ ଫେରିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ନେପାଳ ଅଫିସିଆଲଙ୍କ ସହ ଷ୍ଟେଟ ଗେଷ୍ଟ ହାଉସ୍ରେ ଘଟଣା ବିଷୟରେ ଆଲୋଚନା କରାଯାଇଛି। ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ମଧ୍ୟ ସୂର୍ଯ୍ୟବଂଶୀଙ୍କ ସହ କଥା ହୋଇଛନ୍ତି।
କାଲି ଠାରୁ ୪ ଦିନ ପ୍ରବଳ ବର୍ଷା! ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ସତର୍କ ସୂଚନା ଜାରି
ଅଦ୍ଭୁତ ମନ୍ଦିର.. ଜାଣନ୍ତୁ କାହିଁକି ଏଠାରେ ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପେ କରାଯାଏ ପୂଜାର୍ଚ୍ଚନା
Comments are closed.