ହଳଦିଆ ପଦର ଓଭରବ୍ରିଜ ଉପରୁ ସୁନାହାର ଲୁଟ ଘଟଣା, ଦୁଇ ଲୁଟେରାଙ୍କ ସହ ସୁନା କିଣିଥିବା ବ୍ୟକ୍ତି ଗିରଫ

ଗୋପାଳପୁର : ଘଟଣା ଘଟିବାର ୪୮ ଘଣ୍ଟା ମଧ୍ୟରେ ଲୁଟେରା ମାନଙ୍କୁ କାବୁ କରିବାରେ ଗୋଳନ୍ଥରା ପୁଲିସକୁ ସଫଳତା ମିଳିଛି। ମୋଟର ସାଇକେଲରେ ଯାଉଥିବା ଦମ୍ପତିଙ୍କୁ ଠିକଣା ପଚାରିବା ବାହାନାରେ ମହିଳାଙ୍କ ବେକରୁ ୧୮ ଗ୍ରାମର ସୁନା ଚେନ ସହ ୫ ଗ୍ରାମ ଓଜନର ମଙ୍ଗଳସୂତ୍ର ଲକେଟ୍ କୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ପୁଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ତ୍ୱରିତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ କାବୁ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜରଡା ଥାନା ଅନ୍ତର୍ଗତ ପାତ୍ରପୁର ବଡ ସାହିର ରଞ୍ଜନ ସାହୁ (୨୨) ଓ ମୁରଲୀ ସେଠୀ(୨୬ ) ସମେତ ଲୁଟ ସୁନା କିଣୁଥିବା ଅଭିଯୋଗ ରେ ବୁରାତଳ ର ଗୋବର୍ଦ୍ଧନ ନାୟକ ପ୍ରମୁଖ ବୋଲି ପୁଲିସ ସୁଚନା ଦେଇଛି। ଏହା ସହ ଲୁଟରେ ବ୍ୟବହୃତ ଗୋଟିଏ କେଟିଏମ ମୋଟରସାଇକେଲ (ଓଡି ୩୩ ଏ ଏଲ ୬୪୪୮) ସମେତ ୩ ଟି ମୋବାଇଲ ଫୋନ,୪୮ ହଜାର ଟଙ୍କା,୨୬.୧୪ ଗ୍ରାମ ଓଜନର ସୁନା ନେକେଲସ,୫୩.୯୨ ଗ୍ରାମ ଓଜନର ୩ ଟି ସୁନା ଚେନ ସହ ୧.୧୯ ଗ୍ରାମ ଓଜନର ତିନୋଟି କାନଫୁଲ ଜବତ କରାଯାଇଛି।

ଗତ ୧୫ ତାରିଖ ଅପରାହ୍ନ ୪ଟାବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ କେ ସୁବାଣୀ ଗ୍ରାମର କେ ଆପନ୍ନା ପାତ୍ର ସ୍ତ୍ରୀ ସଙ୍ଗୀତାଙ୍କ ସହ ବ୍ରହ୍ମପୁର ବଡ ବଜାରରୁ ଦୋକାନ ପାଇଁ କିଛି ସାମଗ୍ରୀ ଧରି ଗାଁକୁ ମୋଟରସାଇକେଲ ଯୋଗେ ଫେରୁଥିଲେ। ହଳଦିଆପଦର ଓଭରବ୍ରିଜ ଉପରେ ପଛରୁ ମୋଟରସାଇକେଲରେ ଆସୁଥିବା ଦୁଇ ଯୁବକ ହଠାତ ସେମାନଙ୍କ ନିକଟକୁ ଆସି ଇଚ୍ଛାପୁର ଯିବାକୁ ରାସ୍ତା ପଚାରିଥିଲେ। ଯାହା ନେଇ ଆପନ୍ନା ମୋଟରସାଇକେଲକୁ ରଖି ରାସ୍ତା ନେଇ ସେମାନଙ୍କୁ କହିବା ସମୟରେ ହଠାତ ଜଣେ ଯୁବକ ସଙ୍ଗୀତାଙ୍କ ବେକରୁ ସୁନା ହାର ସହ ମଙ୍ଗଳସୂତ୍ର ଲୁଟି କରି ଫେରାର ହୋଇଯାଇଥିଲେ। ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ୭୭/୨୫ ରେ ଏକ ମାମଲା ରୁଜୁ କରି ତ୍ୱରିତ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ମାନେ ପୂର୍ବରୁ ବେଙ୍ଗାଳୁରୁ ରହି  କାମ କରୁଥିଲେ। ଗାଁ କୁ ଫେରିବା ପରେ ରଞ୍ଜନ ଓ ମୁରଲୀ ଲୁଟ କରିବା ଆରମ୍ଭ କରିଥିଲେ। ସୁନା ପୁର ଥାନା ଇଲାକାରେ ଏକ ଲୁଟର ସିସିଟିଭି ଫୁଟେଜ ଯାଞ୍ଚ ସମୟରେ ଅଭିଯୁକ୍ତ ମାନଙ୍କୁ ପୁଲିସ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ। ଆଜି ଦିନ ୧୧ ଟା ବେଳେ ରଞ୍ଜନ ଓ ମୁରଲୀ କେ ଟି ଏମ ବାଇକ ଯୋଗେ ବ୍ରହ୍ମପୁର ରୁ ଜରଡା ଫେରୁଥିବା ଖବର ପାଇ ରଣ୍ଡା ଜାତୀୟ ରାଜପଥ ଛକରେ ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଗିରଫ ପରେ ଅଭିଯୁକ୍ତ ମାନେ ଲୁଟ ନେଇ ସମସ୍ତ ତଥ୍ୟ ଦେବା ସହ ଲୁଟ ସୁନା ଅଳଙ୍କାର ଗୁଡ଼ିକ ବୁରାତଳର ଗୋବର୍ଦ୍ଧନ କୁ ବିକ୍ରି କରିଥିବା ପ୍ରକାଶ କରିଥିଲେ।ପରେ ପୁଲିସ ବୁରାତଳ ରେ ପହଞ୍ଚି ଗୋବର୍ଦ୍ଧନ କୁ ଗିରଫ କରିବା ସମସ୍ତ ସୁନା ଅଳଙ୍କାର ଜବତ କରିବାରେ ସକ୍ଷମ ହୋଇଥିଲେ।ଅଭିଯୁକ୍ତ ମାନେ ପୂର୍ବରୁ ଗତ ୨୦୨୪ ନଭେମ୍ବର ମାସରେ ଗୋଳନ୍ଥରା ଥାନା,ଗତ ଜାନୁୟାରୀ ୨୯ ତାରିଖରେ ସୁନାପୁର ଥାନା, ଫେବୃୟାରୀ ୧୭ ତାରିଖରେ ହିଞ୍ଜିଳିକାଟୁ ଥାନା ସମେତ ଗତ ଫେବୃୟାରୀ ୩ ତାରିଖ ରେ ସଦର ଥାନା ଇଲାକାରେ ଲୁଟରେ ସଂଶ୍ଲିଷ୍ଟ ରହିଥିବା ପୁଲିସ ତଦନ୍ତ ବେଳେ ଜଣାପଡିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି ।

Comments are closed.