www.samajalive.in
Saturday, December 6, 2025
23.1 C
Bhubaneswar

ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା ପରେ ୫ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା ପରେ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ମେଳା କ୍ଷେତ୍ରରେ ୫ଟି ବଡ ପରିବର୍ତ୍ତନ ଲାଗୁ କରାଯାଇଛି। ପ୍ରଥମତଃ ମହାକୁମ୍ଭରେ ସମ୍ପୂର୍ଣ୍ଣ ଭାବରେ ଯାନବାହନ ନିଷେଧ କରାଯାଇଛି। ଯେଉଁଥିରେ ସମସ୍ତ ପ୍ରକାର ଯାନକୁ ମେଳା ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଛି। ଭିଭିଆଇପି ପାସ୍ ଗୁଡିକ ମଧ୍ୟ ମେଳା ପ୍ରଶାସନ ତରଫରୁ ବାତିଲ କରାଯାଇଛି। ମେଳା ଅଞ୍ଚଳରେ ରାସ୍ତାକୁ ଓ୍ବାନ୍ ଓ୍ବେ କରାଯାଇଛି। ଭକ୍ତମାନେ ସୁବିଧାରେ ପ୍ରବେଶ ଲାଗି ଓ୍ବାନ୍ ଓ୍ବେ ବ୍ୟବସ୍ଥା ଲାଗୁ କରାଯାଇଛି। ଯେଉଁଥିରେ ଭକ୍ତମାନେ ଗୋଟିଏ ମାର୍ଗରୁ ପ୍ରବେଶ କରିବେ। ଏବଂ ଅନ୍ୟ ଏକ ମାର୍ଗରୁ ବାହାରକୁ ଆସିପାରିବେ । ସହରରେ ଚାରି ଚକିଆ ଯାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଯାଇଛି। ଭକ୍ତ ମାନଙ୍କୁ ପ୍ରଶାସନର ନିର୍ଦେଶ ପାଳନ କରିବା  ଏବଂ କୌଣସି ପ୍ରକାର ବିଶୃଙ୍ଖଳାକୁ ଏଡାଇବାରେ ସହଯୋଗ କରିବାକୁ ନିବେଦନ କରାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories