www.samajalive.in
Saturday, December 6, 2025
26.1 C
Bhubaneswar

ଏସିଆ କପ୍‍ କ୍ରିକେଟ : ଆଜି ପାକିସ୍ତାନ – ହଂକଂ ମଧ୍ୟରେ ମୁକାବିଲା

ଦୁବାଇ : ଶନିବାର ଠାରୁ ଦୁବାଇରେ ଆରମ୍ଭ ହୋଇଛି ଏସିଆ କପ୍‍ କ୍ରିକେଟ୍‍ର ୧୪ଶ ସଂସ୍କରଣ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଶତକ ଅର୍ଜନ କରିଛନ୍ତି ବାଂଲାଦେଶର ମୁସ୍‍ଫିକୁର ରହିମ୍‍। ଫଳରେ ଶ୍ରୀଲଙ୍କା ବିପକ୍ଷରେ ବିପୁଳ ବିଜୟ ସହ ବାଂଲାଦେଶ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍‍ ‘ବି’ର ଏହି ମ୍ୟାଚ୍‍ରେ ରହିମ୍‍ ଓ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ  ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କାକୁ ୧୩୭ ରନ୍‍ରେ ବାଂଲାଦେଶ ପରାସ୍ତ କରିଛି ।

ଆଜି (ରବିବାର) ପାକିସ୍ତାନ ଏବଂ ହଂକଂ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।

- Advertisement -

ମୋଟ ଛ’ଟି ଦଳ ଏହି ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଭାଗ ନେଉଛନ୍ତି। ଗ୍ରୁପ-ଏ’ରେ ଗତବର୍ଷର ଚମ୍ପିୟନ ଭାରତ ସହିତ ପାକିସ୍ତାନ ଓ ହଂକଂ ଥିବାବେଳେ ଆଫଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଗ୍ରୁପ୍‍-ବି’ରେ ଅଛନ୍ତି। ପ୍ରତ୍ୟେକ ଗ୍ରୁପ୍‍ର ଶ୍ରେଷ୍ଠ ଦୁଇଟି ଦଳ ସୁପର-ଫୋର୍‍ ପର୍ଯ୍ୟାୟକୁ ଉନ୍ନିତ ହେବେ ଏବଂ ସେମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ଦୁଇଟି ଦଳ ଫାଇନାଲ୍‍କୁ ପ୍ରବେଶ ପରିବେ।
ସେମାବାର ଶ୍ରୀଲଙ୍କା ଏବଂ ଆଫଗାନିସ୍ଥାନ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।  ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ମଙ୍ଗଳବାର ଦିନ ହଂକଂ ସହିତ ପ୍ରଥମ ମ୍ୟାଚ୍‍ ଖେଳିବ । ତା’ ପରଦିନ ପାକିସ୍ତାନ ସହିତ ଭାରତ ଦ୍ୱିତୀୟ ମ୍ୟାଚ୍‍ ଖେଳିବ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories