www.samajalive.in
Sunday, December 7, 2025
18.1 C
Bhubaneswar

ରତ୍ନ ଧାରଣ କରିବାର ସଠିକ୍ ନିୟମ ଓ ସତର୍କତା

ବିଭିନ୍ନ ପ୍ରକାର ଗ୍ରହ ଦୋଷ ତଥା ଦଶା ଏବଂ କୁ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଲୋକେ ରତ୍ନ ଧାରଣ କରିଥାନ୍ତି। ବିଭିନ୍ନ ପ୍ରକାର ରତ୍ନର ଭିନ୍ନ ଭିନ୍ନ ପ୍ରଭାବ ଥାଏ।

ସୂର୍ଯ୍ୟ ହେଉଛି ଅଗ୍ନି ପ୍ରଧାନ ଗ୍ରହ ଓ ମାଣିକ୍ୟ ଏହାର ପ୍ରମୁଖ ରତ୍ନ । ଏହା କୁଋଦା ସମୁହ ରତ୍ନ ଏବଂ ମୁଖ୍ୟତଃ ଆଲୁମୀନିୟମ ଅକ୍ସାଇଡ । ଏହି ରତ୍ନ ଆଧ୍ୟାତ୍ମିକ ରୂପେ ଶକ୍ତିଶାଳୀ ଅଟେ । ଆଖି, ହାଡ, ନାମ ଓ ଯଶ ଉପର ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏମିତିରେ ମାଣିକ୍ୟ ବିଭିନ୍ନ ରଙ୍ଗ ହୋଇଥାଏ କିନ୍ତୁ ଗୋଲାପ ରଙ୍ଗର ମାଣିକ୍ୟ ସର୍ବୋତ୍ତମ ଅଟେ । ଏହା ତୁରନ୍ତ ପ୍ରଭାବଶାଳୀ ରତ୍ନ ଅଟେ ।

- Advertisement -

ଜାଣନ୍ତୁ ମାଣିକ୍ୟ ରତ୍ନ ଧାରଣର କୁଫଳ ଓ ସୁଫଳ ବିଷୟରେ..

ଏହାର  ଭଲ ପ୍ରଭାବରେ ଚେହେରା ଉଜ୍ବଳ ହେବା ସହ ଆତ୍ମବିଶ୍ବାସ ବଢିଥାଏ ।
ରାଜକୀୟ କାର୍ଯ୍ୟ ଏବଂ ପ୍ରଶାସନିକ କାର୍ଯ୍ୟରେ ବିଶେଷ ସୁଫଳ ମିଳିଥାଏ ।
ପିତା ଓ ପରିବାର ସହ ସମ୍ପର୍କ ଭଲ ହେବାରେ ଲାଗିଥାଏ ।
ଏହାର ଖରାପ ପ୍ରଭାବରେ ଲଗାତାର ଭାବେ ମୁଣ୍ଡ ବିନ୍ଧା ହୋଇଥାଏ ।
ଆଖି ଓ ହାଡ ଜନିତ ସମସ୍ୟା ଦେଖା ଦେଇଥାଏ ।
ଅପଯଶ ବୃଦ୍ଧି ହେବା ସହ ପାରିବାରିକ ଜୀବନରେ ଅନେକ ସମସ୍ୟା ଆସିଥାଏ ।

ମାଣିକ୍ୟ ଧାରଣ କରିବାର ନିୟମ

ମାଣିକ୍ୟ ଗୋଲାପୀ ବା ନାଲି ରଙ୍ଗର ପଦାର୍ଥ ହେବା ଉଚିତ୍ ।
ଏହା ସୁନା ବା ତମ୍ବାରେ ଧାରଣା କରିବା ଉଚିତ୍ ।
ଏହାକୁ ଅନାମିକା ଆଙ୍ଗୁଳି ବା ଗଳାରେ ରବିବାର ଦ୍ବିପ୍ରହରରେ ଧାରଣ କରିବା ଉଚିତ୍ ।
ମାଣିକ୍ୟ ସହ ହୀରା, ଓପଲ୍ (ଗୋଦନ୍ତ ମଣି), ନୀଲମ(ନୀଳ କାନ୍ତ ମଣି) ଏବଂ ଗୋମେଦ(ସବୁ ରଙ୍ଗର ରତ୍ନ) ପିନ୍ଧନ୍ତୁ ନାହିଁ ।
ମାଣିକ୍ୟ ସହ ହଳଦିଆ ପୁଖରାଜ ଧାରଣ କରିବା ସର୍ବୋତ୍ତମ ଅଟେ ।

ଜାଣନ୍ତୁ କେଉଁ ଲୋକ ମାଣିକ୍ୟ ଧାରଣ କରିବା ଉଚିତ୍

ଜାତକ ଅନୁଯାୟୀ ମାଣିକ୍ୟ ଧାରଣ କରିବା ସବୁଠୁ ଉତ୍ତମ ଅଟେ ।
ମେଷ, ସିଂହ ଓ ଧନୁ ଲଗ୍ନର ଲୋକଙ୍କ ପାଇଁ ମାଣିକ୍ୟ ସର୍ବୋତ୍ତମ ଅଟେ ।
କର୍କଟ, ବିଛା ଓ ମୀନ ଲଗ୍ନର ଲୋକଙ୍କୁ ଏହା ସାଧାରଣ ପରିଣାମ ବା ଫଳ ପ୍ରଦାନ କରିଥାଏ ।
ଯଦି ଆପଣଙ୍କର ଜାତକ ନାହିଁ ତେବେ ନିଜର ଆବଶ୍ୟକୀୟ ଅନୁଯାୟୀ ମାଣିକ୍ୟ ଧାରଣ କରି ପାରିବେ । କିନ୍ତୁ ଧାରଣ ପୂର୍ବରୁ ଏହାକୁ ଯାଞ୍ଚ କରିବା ନିହାତି ଜରୁରୀ ଅଟେ ।
କଳା ବା ଶ୍ୟାମଳ ରଙ୍ଗର ଲୋକଙ୍କ ପାଇଁ ମାଣିକ୍ୟ ଅଧିକ ଲାଭଦାୟକ ବା ଫଳପ୍ରଦ ହୋଇଥାଏ ।

କେଉଁ ଲୋକଙ୍କୁ ମାଣିକ୍ୟ ଧାରଣ କରିବା ଅନୁଚିତ୍

କନ୍ୟା, ମକର, ମିଥୁନ, ତୁଳା ଏବଂ କୁମ୍ଭ ଲଗ୍ନର ଲୋକେ ମାଣିକ୍ୟ ଧାରଣ କରିବା ବିପଦପୂର୍ଣ୍ଣ ହୋଇପାରେ ।
ଉଚ୍ଚ ରକ୍ତଚାପ ଓ ହୃଦୟ ଜନିତ ସମସ୍ୟା ଥିବା ଲୋକେ ବୁଝିବିଚାରି ମାଣିକ୍ୟ ଧାରଣ କରିବା ଉଚିତ୍ ।
ପିତା ସହ ସମ୍ପର୍କ ଠିକ୍ ନଥିଲେ ମାଣିକ୍ୟ ଧାରଣ କରିବା ଅନୁଚିତ୍ ।
ଶନି ଦଶା ଭୋଗୁଥିବା ଲୋକ ମାଣିକ୍ୟ ଧାରଣ କରିବା ଅନୁଚିତ୍ ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories