BJD Bijuli 480×75 Mob

ବିଜେପିରେ ଯୋଗଦେଲେ ଦାମ ରାଉତ

BJD Bijuli 480×75 Mob
0

ନୂଆଦିଲ୍ଲୀ ..- ପୂର୍ବତନ ମନ୍ତ୍ରୀ ଦାମ ରାଉତ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ବିଜେପି  କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ, ବିଜେପି ନେତା ଅନୁରାଗ ଠାକୁର ଓ କିଛି ଦିନ ତଳେ ବିଜେପିରେ ସାମିଲ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

ବିଜେପିରେ ସାମିଲ ହେବା ପରେ ସେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ବିଜେପିକୁ ଶକ୍ତିଶାଳୀ କରିବା ପାଇଁ  କାମ କରିବେ ବୋଲି କହିଛନ୍ତି । ଦୀର୍ଘଦିନ ଚିନ୍ତା କରିବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ।

ବିଜୁବାବୁଙ୍କ ଆଦର୍ଶରେ କାମ କରୁଥିବା ଦାମ ରାଉତ  ବିଜେପି ପାଇଁ କାର୍ଯ୍ୟ କରିବେ, ମୋଦୀ ଓ ଅମିତ ଶାହାଙ୍କ ନେତୃତ୍ୱକୁ ସେ ସ୍ୱୀକାର କରିଛନ୍ତି  ଓ ଡାକ୍ତର ଦାମ ରାଉତଙ୍କୁ ଦଳକୁ ସ୍ୱାଗତ କରୁଥିବା କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply