BJD Bijuli 480×75 Mob

ଦଳିତ ବିଧାୟକଙ୍କ ଘର ପୋଡ଼ି

BJD Bijuli 480×75 Mob
0

ଜୟପୁର : ଏସ୍‌ସି/ଏସ୍‌ଟି ଆଇନକୁ ନେଇ ସୋମବାର ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମି ନଥିବା ଲକ୍ଷ୍ୟ କରାଯାଇଛି। ମଙ୍ଗଳବାର ଅପରାହ୍ଣରେ ରାଜସ୍ଥାନର କାରାଉଲି ଜିଲା ଅନ୍ତର୍ଗତ ହିନ୍ଦାଉନ୍‌ ସହରରେ ୫ହଜାର ସରିକି ବିକ୍ଷୁବ୍ଧ ଜନତା ଶୋଭାଯାତ୍ରାରେ ଆସି ଦଳିତ ବର୍ଗର ବିଧାୟିକା ରାଜକୁମାରୀ ଯାତବ ଓ ବିଧାୟକ ଭରୋସିଲାଲ ଯାତବଙ୍କ ଘର ପୋଡ଼ି ଦେଇଥିବା ଖବର ମିଳିଛି। ରାଜକୁମାରୀ କ୍ଷମତାସୀନ ବିଜେପିର ସଦସ୍ୟା ହୋଇଥିବାବେଳେ ଭରୋସିଲାଲ ହେଉଛନ୍ତି କଂଗ୍ରେସ ଦଳର ଜଣେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ। ଉଭୟ ଦଳିତ ବର୍ଗର ବୋଲି ସ୍ଥାନୀୟ ଜିଲାପାଳ ଅଭିମନ୍ୟୁ କୁମାରଙ୍କ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କର୍ଫୁ୍ୟ ଜାରି କରାଯାଇଥିବା ସେ କହିଛନ୍ତି। ବିକ୍ଷୁବ୍ଧ ଜନତା ପ୍ରଥମେ ଢ଼େଲା ପଥର ଫିଙ୍ଗିବା ପରେ ସେମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଉଚ୍ଚ ଜାତିର ବ୍ୟବସାୟୀ ସଂଘ ଗତ କାଲିର ହିଂସାକାଣ୍ଡ ନେଇ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶୋଭାଯାତ୍ରା ବାହାର କରିଥିଲେ ଏବଂ ଦଳିତ ବହୁଳ ଅଞ୍ଚଳକୁ ପ୍ରବେଶ ଉଦ୍ୟମ କରିଥିଲେ। ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ ଓ ରବର ଗଳି ମାରି ସେମାନଙ୍କୁ ଘଉଡ଼ାଇ ଦେଇଥିଲେ।

Leave A Reply