www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ନିୟମ ମାନି ଚଳିଲେ ଦିନସାରା ସତେଜ ଅନୁଭବ କରିବେ

ଦିନ ସାରା କାମ କରି ସାରିବା ପରେ ଆପଣଙ୍କୁ ବହୁତ ଥକ୍କା ଅନୁଭବ ହୋଇଥାଏ। ଏହାର କାରଣ ଚିନ୍ତା ଓ କାମର ବୋଝ। କିନ୍ତୁ ଯଦି ଆପଣ ଦିନ ସାରା ଥକ୍କା ଓ ଅସୁସ୍ଥ ଅନୁଭବ କରୁଥାଆନ୍ତି ତେବେ ତା ପଛରେ ଅନ୍ୟ କାରଣ ରହିଛି। ସୁସ୍ଥ ଓ ଶକ୍ତିଶାଳୀ ରହିବା ପାଇଁ ନିଜ ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ କରିବା ଉଚିତ। ସଠିକ ଭାବେ ଦିନଚର୍ଯ୍ୟା କରିବା ଦ୍ବାରା ଅନେକ ସମୟ ବଳିଥାଏ ଏହାଦ୍ବାରା ଜୀବନରେ ସଫଳତା ପାଇବାର ସୁଯୋଗ ମିଳିଯାଏ। ଆସନ୍ତୁ ଜାଣିବା ସୁସ୍ଥ ଓ ଶକ୍ତିଶାଳୀ ରହିବା ପାଇଁ ଦିନଚର୍ଯ୍ୟା କିପରି ପାଳନ କରିବା ଉଚିତ ..

ତରବର ହୁଅନ୍ତୁ ନାହିଁ :

- Advertisement -

ତରବର ହୋଇ କାର୍ଯ୍ୟ କରିବା ଦ୍ବାରା ତାହା ଖରାପ ହୋଇଯାଇଥାଏ ଏବଂ ଚିନ୍ତା ବୃଦ୍ଧି ପାଇଥାଏ। ତେଣୁ କୌଣସି କାର୍ଯ୍ୟ କରିବା ବେଳେ ଧିରସ୍ଥିର ହୋଇ କରିବା ଉଚିତ। ଏହାସହ ସକାଳର ଆରମ୍ଭରେ ନିୟମିତ ବ୍ୟାୟାମ କରନ୍ତୁ।

ସଠିକ ପରିମାଣରେ ପାଣି ପିଅନ୍ତୁ :

ସଠିକ ପରିମାଣରେ ପାଣି ପିଇବା ଦ୍ବାରା କେବଳ ସକାଳେ ନୁହେଁ ଦିନ ସାରା ଶକ୍ତିଶାଳୀ ଅନୁଭବ ହୋଇଥାଏ। ଏହା ଶରୀରକୁ ସୁସ୍ଥ ରଖିଥାଏ।

ଅଳ୍ପ ଖାଆନ୍ତୁ :

ଅଧିକ ଖାଦ୍ୟ ଓ ତୈଳାକ୍ତ ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କୁ ଅଳସୁଆ ପରି ଅନୁଭବ ହୋଇଥାଏ। ଏହା ଶରୀର ପାଇଁ ହାନିକାରକ ମଧ୍ୟ ହୋଇଥାଏ। ତେଣୁ ହାଲୁକା ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। ଏହା ଆପଣଙ୍କ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ସଠିକ ମାତ୍ରାରେ ପୋଷକ ଯୋଗାଇଥାଏ।

ଠିକ ସମୟରେ ଶୁଅନ୍ତୁ :

ସଠିକ ସମୟରେ ସର୍ବଦା ଶୋଇବା ଉଚିତ। ଏହାର ଅନେକ ଲାଭ ରହିଛି। ସଠିକ ସମୟରେ ଶୋଇବା ଦ୍ବାରା ସକାଳେ ଠିକ ସମୟରେ ନିଦ ଭାଙ୍ଗିଯାଏ। ଏହାଦ୍ବାରା ଦିନ ସାରା ଥକ୍କା ଅନୁଭବ ହୋଇନଥାଏ। ପ୍ରତିଦିନ ୬ ରୁ ୭ ଘଣ୍ଟା ଶୋଇବା ଦ୍ବାରା ଦିନରେ ଭରପୂର ମାତ୍ରାରେ ଶରୀରକୁ ଶକ୍ତି ମିଳିଥାଏ।

 

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories