www.samajalive.in
Wednesday, November 19, 2025
26.1 C
Bhubaneswar

ବିପର୍ଯ୍ୟୟ ପ୍ରଶମନ ଡ୍ରିଲ୍‍ ବେଳେ ଛାତ୍ରୀ ମୃତ

କୋଏମ୍ବାଟୁର: ଏକ ଘରୋଇ କଲେଜ୍‍ରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ପ୍ରଶିକ୍ଷଣ ଚାଲିଥିବା ବେଳେ ଜନୈକା ୧୯ ବର୍ଷ ବୟସ୍କା ଛାତ୍ରୀଙ୍କ ମୃତ୍ୟୁ ଘଟିଛି।
ଭେଲିମାଲାଇପାଟ୍ଟିନମ୍‍ ସ୍ଥିତ କୋଭାଇ କାଲାଇମାଗାଲ୍‍ କଲେଜ୍‍ ଅଫ୍‍ ଆର୍ଟ ଆଣ୍ଡ ସାଇନ୍ସ କଲେଜରେ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ଛାତ୍ରଛାତ୍ରୀଙ୍କୁ ତାଲମ୍‍ ଦିଆଯାଉଥିଲା। ବିଲ୍‍ଡିଂର ତିନି ମହଲା ଉପରୁ ଏନ୍‍ ଲୋଗେଶ୍ୱରୀ ନାମକ ଜଣେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ତଳକୁ ଡେଇଁବାକୁ କୁହାଯାଇଥିଲା। ଛାତ୍ରୀଜଣଙ୍କ ଅନିଚ୍ଛା ସତ୍ତେ୍ୱ ତାଲିମ୍‍ଦାତା ତାଙ୍କୁ ଡେଇଁବାକୁ ବାଧ୍ୟ କରିଥିଲେ। ତଳେ ଛାତ୍ରଛାତ୍ରୀ ନେଟ୍‍ ଧରି ପ୍ରସ୍ତୁତ ଥିôଲେ। କିନ୍ତୁ ଉପରୁ ଡେଉଁଥିବା ଛାତ୍ରୀଜଣକ ନେଟ୍‍କୁ ଛୁଇଁବା ପୂର୍ବରୁ ପ୍ରଥମ ମହଲାର ତାଜାରେ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡ ଓ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମାମଲା ରୁୁଜୁ କରିଛି।

Hot this week

ପୁଣି ବଡ ଏନକାଉଣ୍ଟର : ୭ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ର ଆଲୁରୀ ସୀତାରାମ...

ରଣଜୀ ଟ୍ରଫି: ଓଡ଼ିଶାର ବଡ଼ ସ୍କୋର୍‌; ୪୬୫ ରନ୍‌ ଲକ୍ଷ୍ୟର ପିଛାକରି ନାଗାଲାଣ୍ଡ ୧/୪୧

କଟକ: ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ମଙ୍ଗଳବାର...

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

Related Articles

Popular Categories