www.samajalive.in
Tuesday, December 9, 2025
19.1 C
Bhubaneswar

ଛଟେଇ ବିରୋଧରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ଦାବିପତ୍ର

ଫୁଲବାଣୀ : ମହାତ୍ମା ଗାନ୍ଧୀ କର୍ମନିୁଯୁକ୍ତି ଯୋଜନା କାର୍ଯ୍ୟ ପାଇଁ ବିଭିନ୍ନ ବ୍ଲକରେ ନିଯୁକ୍ତ ହୋଇଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ଛଟେଇ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଆଉଟ ସୋର୍ସିଙ୍ଗ ମାଧ୍ୟମରେ ଏମାନେ ନିଯୁକ୍ତି ପାଇଥିବା ବେଳେ ଏବେ ଜିଲା ପ୍ରଶାସନ ପକ୍ଷରୁ ନୂଆ ଆଉଟ ସୋର୍ସିଙ୍ଗ ସଂସ୍ଥାକୁ ନିୟୋଜିତ କରିବା ପାଇଁ ଟେଣ୍ଡର ବାହାରିଛି। ଫଳରେ ପୁରୁଣା ନିୟୋଜନ ସଂସ୍ଥା ଜରିଆରେ ଚାକିରି ପାଇଥିବା କର୍ମଚାରୀମାନଙ୍କ ଚାକିରୀ ହରାଇବା ସମ୍ବାବନା ଦେଖା ଦେଇଛି। ଏହା ଫଳରେ ଜିଲାର ବିଭିନ୍ନ ବ୍ଲକରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ କର୍ମଚାରୀମାନେ ଆଗକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ସହ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହେବ ବୋଲି ଅଭିଯୋଗ କରିଛନ୍ତି। ଏ ମର୍ମରେ ଜିଲାପାଳଙ୍କୁ ଏକ ଦାବୀପତ୍ର ଦେଇ ସେମାନେ କହିଛନ୍ତି ଯେ, ଏହି ପଦବିରେ ନୂତନ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବା ପାଇଁ ଚାଲିଥିବା ପ୍ରକ୍ରିୟା ଦ୍ୱାରା ପ୍ରଶାସନ ସେମାନଙ୍କ ମୁହଁରୁ ଆହାର ଛଡାଇ ନେବା ପାଇଁ ବାଟ ଖୋଲିଛି। ସେମାନଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ନୂଆ ଲୋକଙ୍କୁ ନିଯୁକ୍ତି ଦେବା ବଦଳରେ ସେମାନଙ୍କୁ ହିଁ ଏହି ପଦବିରେ ରଖିବା ପାଇଁ କନ୍ଧମାଳ ଜିଲାପାଳଙ୍କ ପାଖରେ ନିବେଦନ କରାଯାଇଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories