ପାଉଡିଭୂୟାଁ ପୀଢ଼ ଡେରେଙ୍ଗପୀଢ଼କୁ ସ୍ୱୀକୃତି ପ୍ରଦାନ ଦାବି

କେନ୍ଦୁଝରଗଡ଼: ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ ସଂଶୋଧିତ ଜଙ୍ଗଲ ଅଧିକାର ଆଇନ-୨୦୧୩ ଧାରା ୩(୧) ଅନୁଯାୟୀ ଫର୍ମ ଖ ଓ ଗ ପୂରଣ କରି ଧାରା ୧୩ ଅନୁଯାୟୀ ପ୍ରମାଣିକୃତ ତଥ୍ୟର ନଥିପତ୍ର ସଂଲଗ୍ନ କରି ପୁରୁଷାନୁକ୍ରମେ ଜୀବନଜୀବୀକା ନିର୍ବାହ କରି ଆସୁଥିବା ପାଉଡିଭୂୟାଁପୀଢ଼ର ହେରେଙ୍ଗପୀଢ଼କୁ ସ୍ୱୀକୃତି ପ୍ରଦାନ ଦାବିରେ ମିଳିତ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ବହୁବର୍ଷ ଧରି ବ୍ୟବହାର କରିଆସୁଥିବା ଜଙ୍ଗଲଖଣ୍ଡ, ନଦୀବନ୍ଧ, ଝରଣା, ଗୋଷ୍ଠୀ ଜଙ୍ଗଲଜାତ ସମ୍ବଳ, ଜଙ୍ଗଲ ପ୍ରବେଶ, ପରିଚାଳନା ଓ ବ୍ୟବହାର ନିମନ୍ତେ ୬୦ପୃଷ୍ଠା ସମ୍ବଳିତ ନଥିକୁ ସଂଲଗ୍ନ ସହ ଡେରେଙ୍ଗପୀଢକୁ ସ୍ୱିକୃତୀ ପ୍ରଦାନ ନିମନ୍ତେ ଦାବି କରିଛନ୍ତି। ଭୂୟାଁ ସାଂସ୍କୃତିକ ସଙ୍ଗଠନର ମୁରଲୀଧର ମନ୍ତ୍ରୀ, ଡେରେଙ୍ଗପୀଢ଼ ସର୍ଦ୍ଦାର ତମାଳ ପ୍ରଧାନ, କୁଆଁର ପଞ୍ଚାୟତ ସରପଞ୍ଚ, ବନବାସୀ ଚେତନାମଣ୍ଡଳ ସମ୍ପାଦକ ବୀରବର ନାଏକଙ୍କ ସମେତ ବହୁ ସଦସ୍ୟ ସୋମବାର ଜିଲାପାଳଙ୍କୁ ମିଳିତ ଅଭିଯୋଗ ଶୁଣାଣୀରେ ଭେଟି ଡେରେଙ୍ଗପୀଢ଼କୁ ସ୍ୱିକୃତୀ ପ୍ରଦାନ ନିମନ୍ତେ ଦାବି କରିଛନ୍ତି।

prayash

ସୂଚନାଯୋଗ୍ୟ ଯେ, ଡେରେଙ୍ଗପୀଢ଼ରେ ୧୫୯ଟି ରାଜସ୍ୱ ଗ୍ରାମ ଥିବାବେଳେ ୯ଟି ସାହି ଓ ୪ଟି ଭୂୟାଁ ଗ୍ରାମପୀଢ଼ ବାହୋରେ ରହିଛି। ଯାହାର ଲୋକସଂଖ୍ୟା ୨୮୬୪ ପରିବାରର ୮୯୭୯ଜଣ ଥିବାବେଳେ ସେଥିମଧ୍ୟରୁ ୭୮୭୯ଜଣ ପାଉଡିଭୂୟାଁ ଜନଜାତି ସମ୍ପ୍ରଦାୟର ହୋଇଥିବା ବେଳେ ଅବଶିଷ୍ଟ ପାରମ୍ପରିକ ବନବାସୀ ଭାବେ ବସବାସ କରି ଆସୁଛନ୍ତି। ଗୋଷ୍ଠୀ ସଙ୍ଗଠକ ଭାବେ ଚର୍ତୁଭୁଜ ନାଏକ କାର୍ଯ୍ୟରତ ଥିବାବେଳେ ମାର୍ଗଦର୍ଶକ ଭାବେ ବନବାସୀ ଚେତନାମଣ୍ଡଳ ସହଯୋଗରେ ପାରମ୍ପରିକ ଏହି ପାଉଡି ଭୂୟାଁ ଡେରେଙ୍ଗପୀଢ଼କୁ କିଭଳି ସ୍ୱତନ୍ତ୍ର ସ୍ୱିକୃତି ପ୍ରଦାନ କରାଯିବ ସେ ନେଇ ବାରମ୍ବାର ପାଉଡି ଭୂୟାଁ ମହାସଭା କେନ୍ଦୁଝର ପକ୍ଷରୁ ଦାବି କରାଯାଇ ଆସୁଥିବା ତମାଳ ପ୍ରଧାନ କହିଛନ୍ତି।

Comments are closed.