ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ସମ୍ଭାବନା

ଭୁବନେଶ୍ୱର: ଗତକାଲି ସ୍ପଷ୍ଟ ଚିହ୍ନିତ କରାଯାଇଥିବା ଲଘୁଚାପ କ୍ଷେତ୍ର ଲଘୁଚାପରେ ପରିଣତ ହୋଇଛି । ବର୍ତ୍ତମାନ ଏବେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ଜଣାପଡ଼ିଛି । କହାଯାଉଛି ଏହା ୧୨ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଫଳରେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ୧୦ ତାରିଖରେ ଉତ୍ତର-ଆନ୍ଧ୍ର ଓଡ଼ିଶା ଉପକୂଳରେ ଏହା ପହଞ୍ଚିବା ଅନୁମାନ କରାଯାଉଛି ।

prayash

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ବର୍ଷା ହୋଇପାରେ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାକୁ ଥିବାବେଳେ ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ବହିବାର ସମ୍ଭାବନା ରହିଛି। ସମୟକ୍ରମେ ଝଟକା ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୮୫ କିମି ପର୍ଯ୍ୟନ୍ତ ଛୁଇଁପାରେ। ଏହି ପବନ କ୍ରମଶଃ ବୃଦ୍ଧି ପାଇ ୧୦ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କିମି ବେଗରେ ବହିବା ସହ ସ୍ଥଳ ବିଶେଷରେ ସର୍ବାଧିକ ପବନର ବେଗ୯୦ କିମି ଯାଏଁ ଛୁଇଁବାର ଆକଳନ କରାଯାଇଛି। ଗତକାଲିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

kalyan agarbati

Comments are closed.