www.samajalive.in
Sunday, December 7, 2025
23.1 C
Bhubaneswar

ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ଫେଙ୍ଗାଲ: ହାଲୁକା ବର୍ଷା ନେଇ ଓଡିଶାର ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟାକୁ ନେଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅଞ୍ଚଳଗୁଡିକ ଲାଗି ଆଇଏମ୍‌ଡି ରେଡ୍‌ ଆଲର୍ଟ ଜାରି କରିଛି। ଆଇଏମଡିର କହିବା ଅନୁଯାୟୀ ଶୁକ୍ରବାର ଅପରାହ୍ଣ ୨ଟା ୩୦ରେ ଲଘୁଚାପ ବାତ୍ୟାର ରୂପ ନେଇଛି। ଏହା ଏବେ ପୁଡୁଚେରୀ ଉପକୂଳର ଦକ୍ଷିଣ-ପଶ୍ଚିମକୁ ୩୫୦ କିମି ଦୂରରେ ରହିଛି। ଆଜି ଅପରାହ୍ନରେ ଏହା କରାଇକାଲା ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ। ଏହି ବାତ୍ୟାର ପ୍ରଭାବରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟାକୁ ନେଇ ତାମିଲନାଡୁ ସରକାର ସତର୍କତା ଜାରି କରିଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ଲାଗି ୨୨୨୯ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ୧୬୮୬ଟି ମୋଟର ପମ୍ପ, ୯୬ଟି ଜେସିବି, ୧୨୦ଟି ଡଙ୍ଗା, ୧୩୦ ଜେନେରେଟର, ୧୧୮ଟି ଉଡ୍‌କଟର ଆଦି ପ୍ରସ୍ତୁତ ରଖାଯାଇଛି। ସେପଟେ ବାତ୍ୟା ଫେଙ୍ଗାଲ ପ୍ରଭାବରେ ଶୁକ୍ରବାରଠାରୁ ଓଡିଶାର କିଛି ସ୍ଥାନରେ କୋହଲା ପାଗ ରହିଛି। ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୧ ଜିଲ୍ଲାକୁ  ୩ ଘଣ୍ଟା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ତେବେ ଏସବୁ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ଵର, କଟକ, ପୁରୀ , ଖୋର୍ଦ୍ଧା, ନୟାଗଡ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି , ଗଞ୍ଜାମ ଏବଂ ରାୟଗଡା ଜିଲ୍ଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories