୭ରାଜ୍ୟରେ କେଉଁଠି ଧୂଳି ଝଡ଼ ତ’ କେଉଁଠି ବାତ୍ୟା:୧୦୦ମୃତ

0

ନୂଆଦିଲ୍ଲୀ: ମେ ମାସର ପ୍ରଚଣ୍ଡ ତାତି ମଧ୍ୟରେ ଅଚାନକ ଦେଶର ପ୍ରମୁଖ କେତେକ ସ୍ଥାନରେ କାଳବୈଶାଖୀ ବାତ୍ୟା ଓ ଧୂଳି ଝଡ଼ ତାପମାତ୍ରାକୁ ସାମାନ୍ୟ କମାଇ ଥିଲେ ମଧ୍ୟ ଏହାର ପ୍ରଭାବରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଛି। ସବୁଠାରୁ ଅଧିକ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିଲା। ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅଦ୍ୟାବଧି ୯୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା କରାଯାଉଛି।

prayash

ଆସିଥିବା ତଥ୍ୟ ଅନୁଯାୟୀ ୟୁପିରେ ୫୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନରେ ୨୪ଜଣ ପ୍ରାଣ ହରାଇଛନ୍ତି। ଆଗ୍ରାରେ ସବୁଠାରୁ ଅଧିକ ୪୨ଜଣ ପ୍ରାଣ ହରାଇଛନ୍ତି। ସେହିପରି ବିଜନୋରରେ ୩ ଓ ସାହାରନପୁରରେ ୨ଜଣ ପ୍ରାଣ ହରାଇଛନ୍ତି।

ସେହିପରି ରାଜସ୍ଥାନରେ କେତେକ ଜିଲାରେ ପ୍ରବଳ ଧୂଳିଝଡ଼ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଝଡ଼ରେ ଆଗ୍ନିକାଣ୍ଡରେ ମାଟିଘର ସମେତ ପକ୍କା ଘର ମଧ୍ୟ ଜଳି ଯାଇଥିଲା। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ବାତ୍ୟାର ପ୍ରଭାବକୁ ଦେଖି କେଦାରନାଥ ଓ ରୁଦ୍ରପ୍ରୟାଗ ପାଇଁ ଯାତ୍ରା କରିଥିବା ପର୍ଯଟକଙ୍କ ଗ୍ରସ୍ତକୁ ବାତିଲ କରାଯାଇଛି। ସେହିପରି ମେରଠ, ମୁଜଫରନଗର, ବିଜନୋର, ଗାଜିଆବାଦ, ମଥୁରା ପରି ସହରରେ ପ୍ରଚଣ୍ଡ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ଥାନ, ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ, ପଞ୍ଜାବ, ହରିଆଣା ଓ ହିମାଚଳପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। କେବଳ ଆନ୍ଧ୍ରରେ ୧୮ଜଣଙ୍କ ମୃତ୍ୟୁ ହୋଇଯାଇଛି।

Leave A Reply