ସାମୁଦ୍ରିକ ଝଡ଼ ‘ମୋକା’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ, ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୧୯୫ କିମି ବେଗରେ ପବନ
ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ମୋକା’ର ସ୍ଥଳଭାଗ ଛୁଇଁଛି। ବାଂଲାଦେଶ ଓ ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁଲା। ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୧୯୫ କିମି ବେଗରେ ପବନ ବହୁଛି। ବର୍ଷା ଓ ପବନର ତିବ୍ରତା ଅଧିକ ରହୁଥିବାରୁ ବ୍ୟାପକ କ୍ଷତି ଆଶଙ୍କା କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ପ୍ରଭାବ ରହିବା ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଭୀଷଣ ବାତ୍ୟା ଯୋଗୁଁ ସମୁଦ୍ରରେ ୮ରୁ୧୦ ଫୁଟ ପର୍ଯ୍ୟନ୍ତ ଜୁଆର ଆସିବା ସମ୍ଭାବନା ରହିଛି।
ଭୀଷଣ ସାମୁଦ୍ରିକ ବାତ୍ୟା ‘ମୋକା’ କକ୍ସ ବଜାର ନିକଟ ବାଂଲାଦେଶ ଏବଂ ଉତ୍ତର ମିଆଁମାର୍ ଉପକୂଳରେ ‘ଲ୍ୟାଣ୍ଡ୍ଫଲ୍’ ବା ସ୍ଥଳଭାଗରେ ପ୍ରବେଶ କରିଥିବା କଥା ବିଭିନ୍ନ ଜାତୀୟସ୍ତରୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଏହାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର୍ ଉପକୂଳରେ ଅତି ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୨୦୦ କିଲୋମିଟର୍ ବେଗରେ ବତାସ ପ୍ରବାହିତ ହେଉଛି। ଏଥିପାଇଁ ପୂର୍ବରୁ ବାଂଲାଦେଶ ପାଣିପାଗ ବିଶେଷଜ୍ଞମାନେ କକ୍ସ ବଜାର ସମୁଦ୍ରବନ୍ଦର, ଚଟ୍ଟଗ୍ରାମ ଏବଂ ପେରା ବନ୍ଦର ପ୍ରତି ସତର୍କ ସୂଚନା ଜାରି କରିଥିଲେ।
Comments are closed.