ବିଶ୍ୱ ବାଇସାଇକେଲ୍‍ ଦିବସ

0

ନୂଆଦିଲ୍ଲୀ : ବିଶ୍ୱ ପରିବେଶ ଦିବସର ଦୁଇ ଦିନ ପୂର୍ବରୁ ରବିବାର ଜୁନ୍‍ ୩ ତାରିଖରେ ବିଶ୍ୱ ବାଇସାଇକେଲ୍‍ ଦିବସ ପାଳିତ ହୋଇଯାଇଛି। ସରଳ, ଶସ୍ତା, ନିର୍ଭରଯୋଗ୍ୟ, ବିନା ପ୍ରଦୂଷଣ ଏବଂ ପରିବେଶକୁ ସୁହାଇଲା ଭଳି ନିରନ୍ତର ପରିବହନ ବ୍ୟବସ୍ଥା ଅଭ୍ୟାସ କରିବା ଲକ୍ଷ୍ୟରେ ବିଶ୍ୱ ସାଇକେଲ୍‍ ଦିବସ ପାଳନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିଲା। ଏପ୍ରିଲ ୧୨ ତାରିଖରେ ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦର ବୈଠକର ୭୨ ତମ ଅଧିବେଶନରେ ଏହି ଦିବସ ପାଳନକୁ ସ୍ୱୀକୃତି ଦିଆଯାଇଥିଲା।
ଏହି ଅବସରରେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ରବିବାର ସକାଳେ ନୂଆଦିଲ୍ଲୀର କନ୍ନଟ ପ୍ଲେସ୍‍ରୁ ଏକ ସାଇକେଲ୍‍ ଽାଲିର ଶୁଭାରମ୍ଭ କରିଥିଲେ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍‍ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଽାଲିରେ ଯୋଗ ଦେଇଥିଲେ।

Leave A Reply