ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ମାସ ଆରମ୍ଭ

ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ମାସ ଆରମ୍ଭ ହୋଇଛି। ବ୍ୟାଙ୍କର କର୍ମଚାରୀ ଓ ଗ୍ରାହକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଏବଂ ସୁରକ୍ଷିତ ସାଇବର ସଂସ୍କୃତିକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅକ୍ଟୋବର ମାସକୁ ରାଷ୍ଟ୍ରୀୟ ସାଇବର ସୁରକ୍ଷା ସଚେତନତା ମାସ ରୂପେ ପାଳନ କରୁଅଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ୱେବିନାର, ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା, ସାଇବର ସଚେତନତା ଭିଡିଓ କ୍ଲିପ୍, ସାଇବର ହିନ୍ଦୀ କମିକ୍ସ, ସାଇବର ଫିଟ୍ ନେସ୍ ଓ ସାଇବର ବାର୍ତ୍ତା ଆଦି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅକ୍ଟୋବର ମାସରେ ଆୟୋଜିତ କରାଯାଉଛି। ସାଇବର ସୁରକ୍ଷା ଡୋମେନର ପ୍ରସିଦ୍ଧ ବକ୍ତାମାନଙ୍କୁ ଆମନ୍ତ୍ରଣ କରାଯାଇ ପ୍ରତିଦିନ ୱେବିନାର ଆୟୋଜନ କରାଯାଉଥିବା ସହ ବ୍ୟାଙ୍କର କ୍ଷେତ୍ର ଅଧିକାରୀମାନେ ଏହି ୱେବିନାରରେ ଅଂଶଗ୍ରହଣ କରୁଛନ୍ତି।

prayash

www.cybercrime.gov.in ଏବଂ ଟୋଲ ଫ୍ରି ନଂ ୧୯୩୦ ଦ୍ୱାରା ଗ୍ରାହକମାନେ ସାଇବର ସୁରକ୍ଷା ସମ୍ପର୍କୀତ ଅଭିଯୋଗ ପଞ୍ଜିକରଣ କରାଇପାରିବେ। ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ. ମଣିମେଖାଲାଇ କହିଛନ୍ତି ଯେ, ଡିଜିଟାଲୀକରଣ ସହ ସାଇବର ଇକୋସିଷ୍ଟମକୁ ମଜବୁତ କରି ବ୍ୟାଙ୍କିଙ୍ଗ୍ ସେବାକୁ ସହଜ କରିବାର ପ୍ରୟାସ ବ୍ୟାଙ୍କ ପକ୍ଷରୁ ଜାରି ରଖାଯାଇଛି। ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କର ସୁରକ୍ଷା ସ୍ଥିତିକୁ ମଜବୁତ କରିବା ପାଇଁ ହାଇଦ୍ରାବାଦରେ ସାଇବର ସିକ୍ୟୁରିଟି ସେଣ୍ଟର ଅଫ୍ ଏକ୍ସେଲେନ୍ସ (ସିସିଓଇ) ଅନ୍ତର୍ଗତ ଏଥିକାଲ ହ୍ୟାକିଂ ଲ୍ୟାବ ଏବଂ ଅଟୋମେଟେଡ୍ ଭିଏପିଟି ଲ୍ୟାବର ଶୁଭାରମ୍ଭ କରିଅଛି। ବ୍ୟାଙ୍କ ନୂତନ ଟେକ୍ନୋଲୋଜିକୁ ଲାଗୁ କରିବା, ସାଇବର ସୁରକ୍ଷା ସଂସ୍କୃତିରେ ସୁଧାର ଆଣିବା ଏବଂ ସାଇବର ସୁରକ୍ଷା ସଚେତନତାରେ ଉତ୍କୃଷ୍ଟତା ଆଣିବା ନିମନ୍ତେ ସାଇବର ସୁରକ୍ଷା ଡୋମେନ ସହ ଯୋଡି ହୋଇଥିବା ପ୍ରମୁଖ ସଂସ୍ଥା, ସରକାରୀ କ୍ଷେତ୍ରଗୁଡିକ ସହ ମିଳିତ ଭାବେ କାର୍ଯ୍ୟ କରୁଛି।

kalyan agarbati

Comments are closed.