www.samajalive.in
Monday, December 15, 2025
24.1 C
Bhubaneswar

ସାଙ୍ଗ ପରିଚୟ ଦେଇ ଟଙ୍କା ଲୁଟି ନେଲେ ସାଇବର ଠକ

ରାଜଗାଙ୍ଗପୁର : ବର୍ତ୍ତମାନ ଯୁଗରେ ମୋବାଇଲର ବ୍ୟାପକ ବ୍ୟବହାର ହେଉଥିବା ବେଳେ ଏହାକୁ ମାଧ୍ୟମ କରିଛନ୍ତି  ଅପରାଧୀ ସମାଜ l ଫଳରେ ସାରା ଦୁନିଆରେ ସାଇବର ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳୁଛି।ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆ ପର୍ଯ୍ୟନ୍ତ  କାହାକୁ ହେଲେ ଏ ମାନେ ଛାଡୁ ନାହାଁନ୍ତି। ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କୁ ଫସେଇ ଏମାନେ ଟଙ୍କା ଲୁଟ କରୁଛନ୍ତି।

ଏପରି ଏକ ଘଟଣା ପୁଣି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଦେଖିବାକୁ ମିଳିଛି । ରାଜଗାଙ୍ଗପୁର ସହରରେ ଏକ ଅଟା ଚକି ଖୋଲି ନିଜ ପରିବାର ଚଳାନ୍ତି ପୁନମ ଅଗ୍ରୱାଲ। କିଛିଦିନ ତଳେ ତାଙ୍କ ନିକଟକୁ ଏକ ଫୋନ ଆସିଥିଲା । ସାମ୍ନାରୁ ଶୁଣିବାକୁ ମିଳିଥିଲା, ‘ମୁଁ ତୁମ ପୁରୁଣା ସାଙ୍ଗ କହୁଛି ମୋ ପୁଅ ଡାକ୍ତରଖାନାରେ ଅଛି, ମୁଁ ତୁମ ଆକାଉଣ୍ଟରେ ଟଙ୍କା ପଠେଇ ଦେଉଛି ତୁମେ ଟିକିଏ ଡାକ୍ତରଙ୍କ ଏକାଉଣ୍ଟରେ ଟଙ୍କା ପଠେଇ ଦେବ ଆମର ଏଠାରେ ଫୋନପେ କାମ କରୁନାହିଁ। ପ୍ରଥମେ ପୁନମ ଏହାକୁ ଅଣଦେଖା କରିଥିଲେ । ପରେ ପରେ ବାରମ୍ବାର ଫୋନ ଏବଂ ମୋବାଇଲକୁ ଏକ ମେସେଜ ଆସିଲା ଯେ ତୁମ ଏକାଉଣ୍ଟକୁ ୭୫ ହଜାର ଟଙ୍କା ପଠା ଯାଇଛି । ଏହି ମେସେଜ ଦେଖିଲା ପରେ ସେ ଆଉକିଛି ନ ଦେଖି ଫୋନ କରିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ୫୦ ହଜାର ଟଙ୍କା ପଠେଇ ଦେଇଥିଲେ । ପରେ ସେ ନିଜ ଆକାଉଣ୍ଟ ଦେଖିବାରୁ ୫୦ ହଜାର ଟଙ୍କା କଟିଥିବାର ଜାଣିବାକୁ ପାଇଥିଲେ।

- Advertisement -

ପରେ ସେ ଏବିଷୟରେ ରାଜଗାଙ୍ଗପୁର ଥାନାରେ ଅଭିଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ରାଜଗାଙ୍ଗପୁର ଥାନା ଵାଲା ଏହି ସାଇବର ବାଲାଙ୍କ କାମ କହି ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲେ। ପରେ ସେ ରାଉରକେଲା ସ୍ଥିତ ସାଇବର ଥାନାରେ ଅଭିଯୋଗ କରିବାରୁ ଏହା ଆମ ଅଞ୍ଚଳର ନୁହେଁ କହି ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲେ। ତେବେ କେମିତି ନିଜ ଟଙ୍କା ଫେରିପାଇବେ ସେନେଇ ଚିନ୍ତାରେ ପୁନମ ଅଗ୍ରଓ୍ବାଲ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories