www.samajalive.in
Sunday, December 7, 2025
26.1 C
Bhubaneswar

ଭାରତରେ ସାଇବର୍‌ ଆଟାକ୍; ମହାରାଷ୍ଟ୍ରର ୭୦ ସମେତ ଦେଶର ୫୦୦ ୱେବସାଇଟ୍‌ ହ୍ୟାକ୍‌

ମୁମ୍ବାଇ: ଦେଶରେ ମଙ୍ଗଳବାର ବଡ଼ ଧରଣର ସାଇବର ଆଟାକ୍ ହୋଇଛି। ଦେଶର ୫୦୦ରୁ ଊର୍ଦ୍ଧ୍ବ ୱେବସାଇଟକୁ ହ୍ୟାକ୍‌ କରାଯାଇଛି। ଏଥିରେ ମହାରାଷ୍ଟ୍ରର ଠାଣେ ପୁଲିସ ସାଇଟ୍‌ ସମେତ ୭୦ ୱେବସାଇଟ୍‌ ସାମିଲ ଅଛି। ଏହା ମଧ୍ୟରୁ ୩ଟି ସରକାରୀ ସାଇଟ୍‌ ରହିଛି। ଏହି ମାମଲାରେ ମଲେଶିଆ ଏବଂ ଇଣ୍ଡୋନେସିଆର ହ୍ୟାକରଙ୍କ ଉପରେ ସନ୍ଦେହ ଉପୁଜିଛି।

ମହାରାଷ୍ଟ୍ର ସାଇବର ସେଲ୍‌ର ଏଡିଜି ମଧୁକର ପାଣ୍ଡେୟ କହିଛନ୍ତି, ଆମେ ଅନେକ ୱେବସାଇଟ୍‌ ପୁନଃ କାର୍ଯ୍ୟକ୍ଷମ କରିସାରିଛୁ। ଆହୁରି ଅନେକକୁ କାର୍ଯ୍ୟକ୍ଷମ କରାଇବାକୁ କାମ ଚାଲିଛି। ଘରୋଇ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ କରିବା ପରେ ରାଜ୍ୟର ୭୦ରୁ ଅଧିକ ୱେବସାଇଟ୍ ଉପରେ ଆକ୍ରମଣ କରାଯାଇଥିଲା। ଏଥିମଧ୍ୟରୁ ତିନୋଟି ସରକାରୀ ଥିଲା। ହ୍ୟାକ୍ ହୋଇଥିବା ୱେବସାଇଟ୍ ସଂଖ୍ୟା ୫୦୦ରୁ ଅଧିକ।

- Advertisement -

ଏଡିଜି ପାଣ୍ଡେୟ ଆହୁରି କହିଛନ୍ତି ଯେ, ଦେଶରେ ଚାଲିଥିବା ସାମ୍ପ୍ରଦାୟିକ ଉତ୍ତେଜନା ମଧ୍ୟରେ ଅନେକ ସାଇବର ହ୍ୟାକର୍ ମିଶି ଏହି ଆକ୍ରମଣ କରିଛନ୍ତି। ଦେଶରେ ଅନେକ ୱେବସାଇଟ୍ ହ୍ୟାକ୍ ହୋଇଛି। ଏହି ମାମଲାରେ ଦୁଇ ଦେଶ ମଲେଶିଆ ଏବଂ ଇଣ୍ଡୋନେସିଆର ହ୍ୟାକରଙ୍କ ନାମ ସାମ୍ନାକୁ ଆସୁଛି। ଏହି ଗ୍ୟାଙ୍ଗ ଭାରତରେ ସକ୍ରିୟ ଅଛି କି ନାହିଁ ସେ ବିଷୟରେ ଆମେ ଏପର୍ଯ୍ୟନ୍ତ ସୂଚନା ପାଇନାହୁଁ।

ଠାଣେ ପୁଲିସ ସାଇବର ସେଲ୍ ଡିସିପି ସୁନୀଲ ଲୋଖଣ୍ଡେ କହିଛନ୍ତି ଯେ, ଆଜି ସକାଳ ପ୍ରାୟ ୪ଟା ସମୟରେ ପୁଲିସ ୱେବସାଇଟ୍ ହ୍ୟାକ୍ କରାଯାଇଛି। ବୈଷୟିକ ବିଶେଷଜ୍ଞମାନେ ତଥ୍ୟ ଏବଂ ୱେବସାଇଟ୍ ପୁନଃ ସ୍ଥାପନ କରିଛନ୍ତି। ଘଟଣାର ଯାଞ୍ଚ ଚାଲିଛି। ସରକାରୀ ୱେବସାଇଟ୍ ତଥା ଅନ୍ୟାନ୍ୟ ହ୍ୟାକିଂର ଯାଞ୍ଚ ପାଇଁ ମହାରାଷ୍ଟ୍ର ଗୃହ ବିଭାଗ ରାଜ୍ୟର ସାଇବର ସେଲକୁ ନିର୍ଦ୍ଦେଶ ଦେଇଛି। ଠାଣେ ପୁଲିସ ୱେବସାଇଟ ହ୍ୟାକିଂ ଉପରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories