ଆରବସାଗରରେ ଭୀଷଣ ଆକାର ନେଉଛି ଘୂର୍ଣ୍ଣିବାତ୍ୟା ‘ସାଗର’

0

ନୂଆଦିଲ୍ଲୀ:  ଆରବ ସାଗର ଉପରେ ଏବେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଅବପାତ ପରେ ଭୀଷଣ ଅବପାତର ଆକାର ଗ୍ରହଣ କରିବ । ମାତ୍ର ଏହା ଗୁଜୁରାଟ ଉପକୂଳରେ କମ୍‌ ପ୍ରଭାବ ପକାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆରବ ସାଗରରେ ଏହା ଭାରତ ଉପକୂଳକୁ ନଆସି ୟେମେନ ଓ  ଓମାନ ଉପକୂଳ ଆଡେ ମୁହାଁଉଛି ।

ଏବେ ଏହି ଘୂର୍ଣ୍ଣୀବାତ୍ୟାର କେନ୍ଦ୍ରରେ ୬୫ରୁ ୭୫ କିଲୋମିଟର ବେଗରେ ପବନ ବହୁଛି । ଆରବ ସାଗର ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସାଇକ୍ଲୋନର ଆକାର ଧାରଣ କରିବ ।  ଏହା ୟେମେନ ଉପକୂଳକୁ ଅତିକ୍ରମ କରିବା ବୋଲି ଆଶଙ୍କା କରାଯାଉଛି ।

ଗୁଜୁରାଟ ଉପକୂଳରେ ଏହାର ବିଶେଷ ପ୍ରଭାବ  ଅନଭୂତ ନହେଲେ ବି ଗୁଜୁରାଟର ବିଭିନ୍ନ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇ ପରାମର୍ଶ ଦିଆଯାଇଛି ।

 

 

 

 

 

 

Leave A Reply