www.samajalive.in
Sunday, December 7, 2025
14.1 C
Bhubaneswar

ବିଶ୍ୱକପ କ୍ରିକେଟ : ବର୍ଷା ପାଇଁ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମ୍ୟାଚ ବିଳମ୍ବରେ ଆରମ୍ଭ, ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

ବର୍ମିହାମ : ଇଂଲଣ୍ଡର ବର୍ମିହାମର ଏଜବେଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ କ୍ରିକେଟ ବିଶ୍ଵକପ୍-୨୦୧୯ର ୨୫ ତମ ମ୍ୟାଚ ବୁଧବାର ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ବର୍ଷା ଯୋଗୁଁ ଏହି ମ୍ୟାଚ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୋଟ ଓଭର ସଂଖ୍ୟା ୪୯କୁ ହ୍ରାସ କରିଦିଆଯାଇଛି । ଟସ୍ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଦଳ ଏପର୍ୟ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ୭ ପଏଣ୍ଟ୍ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଏପର୍ୟ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଏହି ଦଳ ଏପର୍ୟ୍ୟନ୍ତ ୫ଟି ମ୍ୟାଚ ଖେଳି ୩ଟି ମ୍ୟାଚରେ ପରାଜିତ ହୋଇଥିବାବେଳେ କେବଳ ଆଫଗାନିସ୍ତାନ ମ୍ୟାଚରେ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ଦଳ ଏପର୍ୟ୍ୟନ୍ତ ମାତ୍ର ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories