ବର୍ମିହାମ : କ୍ରିକେଟ୍ ବିଶ୍ଵକପ୍-୨୦୧୯ର ୨୫ତମ ମ୍ୟାଚ୍ ବୁଧବାର ଇଂଲଣ୍ଡ ବର୍ମିହାମର ଏଜବେଷ୍ଟନ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୯ଓଭରରେ ୬ ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୪୨ରନର ବିଜୟ ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଦୁଶେନ୍ ସର୍ବାଧିକ ୬୭ରନ୍ କରିଛନ୍ତି। ସେ ୬୪ବଲରୁ ତିନୋଟି ଛକା ଏବଂ ୨ଟି ଚୌକା ସହାୟତାରେ ଏହି ରନ୍ କରିଛନ୍ତି। ସେହଭଳି ହାସିମ ଆମଲା ୮୩ବଲରୁ ୫୫ରନ୍(୪ଚୌକା) କରିଛନ୍ତି।
ବର୍ଷା ଯୋଗୁଁ ଏହି ମ୍ୟାଚ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିବାରୁ ମୋଟ ଓଭର ସଂଖ୍ୟା ୪୯କୁ ହ୍ରାସ କରିଦିଆଯାଇଥିଲା ।
କ୍ରିକେଟ୍ ବିଶ୍ଵକପ୍ : ନ୍ୟୁଜିଲାଣ୍ଡ ପାଇଁ ୨୪୨ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା
Popular Categories



