www.samajalive.in
Sunday, December 7, 2025
26.1 C
Bhubaneswar

ବର୍ଷା-ଅନୁଭବଙ୍କୁ ହାଇକୋର୍ଟ ନିର୍ଦେଶ: ପରସ୍ପରକୁ ଆକ୍ଷେପ କରନି

କଟକ: ବର୍ଷା-ଅନୁଭବଙ୍କ ବିବାଦ ନେଇ ରୁଜୁ ମାମଲାର ଶୁଣାଣିକରି ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନ କରିବାକୁ ହାଇକୋର୍ଟ ପୁଣି ନିର୍ଦେଶ ଦେଇଛନ୍ତି। ଗତ ମେ ୨୭ ତାରିଖରେ ଏନେଇ ହାଇକୋର୍ଟ ନିର୍ଦେଶ ଦେଇଥିଲେ; ମାତ୍ର ପରବର୍ତ୍ତୀ ସମୟରେ ଉଭୟ ପରସ୍ପର ପ୍ରତି ସାମାଜିକ ଗଣମାଧ୍ୟମରେ ପରୋକ୍ଷ ଭାବରେ ଆକ୍ଷେପ କରିଥିଲେ ବୋଲି ଅଭିଯୋଗ ରହିଛି। ଶୁକ୍ରବାର ଏନେଇ ବିଚାରପତି କେ. ଆର. ମହାପାତ୍ରଙ୍କ ଖଣ୍ଡପୀଠ ପୁଣି ଏହି ଆଦେଶ ଦେଇଛନ୍ତି। ହାଇକୋର୍ଟ ଏନେଇ ପୂର୍ବରୁ ଯେଉଁ ଅନ୍ତରୀଣ ନିର୍ଦେଶନାମା ଜାରି କରିଥିଲେ ତାହା ବଳବତ୍ତର ରଖିବା ପାଇଁ ଅଦାଲତ କହିଛନ୍ତି। ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସାମାଜିକ ଗଣମାଧ୍ୟମରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ହେଉଥିବା ସମ୍ମାନହାନି ଓ ଚରିତ୍ରସଂହାର ଭଳି ଘଟଣାରେ ଅଙ୍କୁଶ ଲଗାଇବାକୁ ପ୍ରାର୍ଥନା କରି ବର୍ଷା ଏହି ଆବେଦନ କରିଥିଲେ। ଏହି ମାମଲାରେ କେନ୍ଦ୍ର ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ରେଜିଷ୍ଟ୍ରର ଅଫ ନିଉଜ ପେପରସ ଅଫ ଇଣ୍ଡିଆ ଓ ଅନୁଭବ ମହାନ୍ତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ସୋସିଆଲ ମେଡିଆରେ ଅନୁଭବ ମହାନ୍ତିଙ୍କର ଏକାଧିକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହା ବର୍ଷାଙ୍କର ନାରୀତ୍ବକୁ ଅପମାନିତ ଓ ତାଙ୍କର ଚରିତ୍ର ସଂହାର କରିଥିବା ସେ ନେଇ ସେ ପୁରୀଘାଟ ଓ କଟକ ସାଇବର ଥାନାରେ ଏତଲା ସହ ଅଦାଲତ ଯାଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories