www.samajalive.in
Tuesday, December 9, 2025
16.1 C
Bhubaneswar

ଏବର୍ଷ ଭକ୍ତଙ୍କୁ ମନା ଧବଳେଶ୍ୱର: ଏସପି

କଟକ: ଚଳିତ ବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ ହେବା ନେଇ ଏସପି ସିଦ୍ଧାର୍ଥ କାଟାରିଆ ପ୍ରତିକ୍ରିୟା ରଖିଛନ୍ତି । ଧବଳେଶ୍ୱରରେ ୧୪୪ ଧାରା ଜାରି ହୋଇଥିବାରୁ ଧବଳେଶ୍ୱର ଯାତ୍ରା ବନ୍ଦ ହେବା ନେଇ ଏସପି କହିଛନ୍ତି । ତାହାଛଡ଼ା ଏଥର ଧବଳେଶ୍ୱରକୁ ଯିବାକୁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବନାହିଁ ବୋଲି ଏସପି କହିଥିବା ବେଳେ ଝୁଲାପୋଲ ଅସୁରକ୍ଷିତ ଥିବାରୁ ଏପରି କଟକଣା ଲଗାଯାଇଛି ବୋଲି କୁହାଯାଇଛି ।

ଅସୁରକ୍ଷିତ ପୋଲ ପାଇଁ ପ୍ରଶାସନ ୧୪୪ ଧାରା ଜାରି କରିଛି । ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସପି ସିଦ୍ଧାର୍ଥ କାଟାରିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ବର୍ତ୍ତମାନ କାର୍ତ୍ତିକ ମାସ ଚାଲୁଥିବାରୁ ଧବଳେଶ୍ୱରଙ୍କ ନିକଟରେ ଭିଡ ଜମୁଥିଲା । କିଛିଦିନ ପରେ ବଡଓଷା ଓ ପଞ୍ଚୁକ ଆସୁଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ପଦକ୍ଷେପ ଗ୍ରହଣ କରିଛି । ଗୁଜରାଟରେ ଝୁଲାପୋଲ ଛିଡ଼ିବା ପରେ ପ୍ରଶାସନ ପକ୍ଷରୁ ଏହିପରି ତତ୍ପରତା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories