କମିଲା ଧବଳେଶ୍ୱର ଝୁଲାପୋଲ କ୍ଷମତା; କଟକଣାରେ ବଡ଼ଓଷା ପାଳିବେ ଭକ୍ତ

କଟକ: ଧବଳେଶ୍ୱର ଝୁଲାପୋଲର କ୍ଷମତାକୁ ନେଇ ସଜାଗ ହେଲା ପ୍ରଶାସନ । ଗୁଜରାଟର ଝୁଲାପୋଲ ଛିଡିବା ପରେ ଧବଳେଶ୍ୱର ଝୁଲାପୋଲର କ୍ଷମତାକୁ ପ୍ରଶାସନ କମାଇ ଦେଇଛି । ଏକକାଳୀନ ପୋଲରେ ୨ଶହ ଯାତ୍ରୀଙ୍କୁ ଯାତାୟାତ କରିବା ନେଇ ଅନୁମତି ଦିଆଯାଇଛି । ୨ଶହରୁ ଅଧିକ ଲୋକଙ୍କୁ ପୋଲରେ ଯିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ ।

prayash

ବିଶେଷଜ୍ଞ ଟିମର ଯାଞ୍ଚ ପରେ ପ୍ରଶାସନ ପକ୍ଷରୁ ଏହି କଡ଼ା ନିର୍ଦେଶ ଜାରି କରାଯାଇଛି । ବିଶେଷ କରି ବର୍ତ୍ତମାନ କାର୍ତ୍ତିକ ମାସ ଚାଲୁଥିବାରୁ ଆଗକୁ ବଡ଼ଓଷା ଆସୁଛି । ଏଥର ବଡ଼ ଓଷାରେ କେବଳ ବ୍ରତଧାରୀଙ୍କୁ ଧବଳେଶ୍ୱର ଆସିବାକୁ ଅନୁରୋଧ କରାଯାଇଛି । ଏହା ବ୍ୟତୀତ ସାଧାରଣ ଭକ୍ତଙ୍କୁ ଧବଳେଶ୍ୱର ନ ଆସିବାକୁ ନିବେଦନ କରିଛି ପ୍ରଶାସନ । ସୂଚନା ମୁତାବକ ଗତକାଲି କୋଲକାତାର ବିଶେଷଜ୍ଞ ଟିମ୍‌ ଧବଳେଶ୍ୱର ଝୁଲାପୋଲର ଯାଞ୍ଚ କରିଥିଲେ । ଯାଞ୍ଚ କରିବା ପରେ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ଆଜି ପ୍ରଶାସନ କଡ଼ା ନିର୍ଦେଶ ଜାରି କରିଛି ।

Comments are closed.