ଆଜିଠୁ ବାଲିଯାତ୍ରା ପ୍ଲଟ୍ ପାଇଁ ଇ-ନିଲାମ୍‌

କଟକ: ୨୦୧୯ ବାଲିଯାତ୍ରାରେ ଷ୍ଟଲ୍‌ ପାଇଁ ପ୍ଲଟ୍‌ ମୂଲ୍ୟ ବର୍ଗଫୁଟ୍‌ ପିଛା ୨୭ ଟଙ୍କା ପୂର୍ବରୁ ଥିଲା। ଛୋଟବଡ଼ ବ୍ୟବସାୟୀ ସମସ୍ତେ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥାରେ ବାଲିଯାତ୍ରାରେ ନିଜ ପାଇଁ ପ୍ଳଟ୍‌ ପଞ୍ଜୀକରଣ କରି ଷ୍ଟଲ୍‌ ଖୋଲୁଥିଲେ। କିନ୍ତୁ ଚଳିତ ବର୍ଷ ନୂଆ ବ୍ୟବସ୍ଥା ଅନୁସାରେ ପ୍ଲଟ୍‌ ଆବଣ୍ଟନ ପାଇଁ ଜମି ନିଲାମ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସେହିକ୍ରମରେ ଆଜିଠାରୁ ଆରମ୍ଭ ହେଉଛି ଅନ୍‌ଲାଇନ୍‌ ପଞ୍ଜୀକରଣ ଓ ନିଲାମ ପ୍ରକ୍ରିୟା। ନିଲାମ କାରଣରୁ ଛୋଟ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ ହେଉଛି । ଅଭିଯୋଗ ହେଉଛି, ନୂଆ ବ୍ୟବସ୍ଥାରେ ବାଲିଯାତ୍ରା ତଳପଡ଼ିଆରେ ‘ପ୍ରାଇମ୍‌ ସ୍ପଟ୍‌’ ନାମରେ ବୃହତ ଷ୍ଟଲ୍‌ ପାଇଁ ପୃଷ୍ଠପୋଷକଙ୍କୁ ସୁଯୋଗ ଦେଉଛି। ଏହାକୁ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ ବିରୋଧ କରିଛି ।

kalyan agarbati

Comments are closed.