ଜୟନ୍ତୀରେ ଉତ୍କଳମଣିଙ୍କ ସ୍ମୃତିଚାରଣ
ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଉପଲକ୍ଷେ ଲୋକସେବକ ମଣ୍ଡଳ ଓ ’ସମାଜ’ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଏବଂ ସମୁହ ଦୀପଦାନ ଉତ୍ସବ ଆଜି (ରବିବାର) ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟ ଗୋପବନ୍ଧୁ ଭବନରେ ଆୟୋଜନ କରାଯାଇଛି । ମୁଖ୍ୟ ଅତିଥି ଭାବେ କଟକ ମେୟର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସିଂହ ଓ ମୁଖ୍ୟବକ୍ତା ରୂପେ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଏଥିରେ ଯୋଗଦେବାକୁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ’ସମାଜ’ର ପ୍ରକାଶକ ଓ ମୁଦ୍ରାକର ଶ୍ରୀଯୁକ୍ତ ନିରଞ୍ଜନ ରଥ ସଭାପତିତ୍ବ କରିବେ । ସନ୍ଧ୍ୟା ୫ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସ୍ଥିରୀକୃତ ହୋଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ଗୋପବନ୍ଧୁପ୍ରେମୀ ଓ ‘ସମାଜ’ର ଶୁଭେଚ୍ଛୁ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।
Comments are closed.