www.samajalive.in
Tuesday, December 9, 2025
16.1 C
Bhubaneswar

ଆଳୁ ଖୋଳୁ ଖୋଳୁ ମହାଦେବ; ଖୋଜୁଥିଲେ ଗଞ୍ଜେଇ ପାଇଲେ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା

କଟକ: ଅବକାରୀ ସ୍କ୍ୱାଡକୁ ବଡ଼ ଧରଣର ସଫଳତା ମିଳିଛି । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ କୁଇଣ୍ଟାଲରୁ ଅଧିକ ରୁପା ଇଟା ଜବତ କରିଛି । ସୂଚନା ମୁତାବକ କଟକ ଟାଙ୍ଗି ଟୋଲଗେଟ୍‌ ନିକଟରେ ଅବକାରୀ ସ୍କ୍ୱାଡ ଦ୍ୱାରା ଯାଞ୍ଚ କରାଯାଉଥିଲା । ସେହି ସମୟରେ ଏକ କାର୍‌ ଯାଞ୍ଚ କରିବା ବେଳେ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ରୁପା ଇଟା ସହ ଚାନ୍ଦି ଅଳଙ୍କାର ଜବତ କରିଥିଲା ଅବକାରୀ ସ୍କ୍ୱାଡ୍‌ ।

ଖାଲି ସେତିକି ନୁହେଁ ଗାଡ଼ିରୁ ନଗଦ ୧୪ ଲକ୍ଷ ଟଙ୍କା ଜବତ କରାଯାଇଥିବା ମଧ୍ୟ ସୂଚନା ଦେଇଛି ଅବକାରୀ ବିଭାଗ । ବିଭାଗର କହିବା ଅନୁଯାୟୀ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରେ ଏହାକୁ ଚାଲାଣ କରାଯାଉଥିଲା । ଆସିକାରୁ ଏହାକୁ ଖଡଗପୁର ଚାଲାଣ ହେଉଥିଲା । ଏହା ଅବକାରୀ ସ୍କ୍ୱାଡ ଜାଣିବାକୁ ପାଇଛି । ଘଟଣାରେ ୨ଜଣ ଚାଲାଣକାରୀଙ୍କୁ ଅଟକ ରଖାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories