www.samajalive.in
Monday, December 15, 2025
24.1 C
Bhubaneswar

ରଜରେ ଅଘଟଣ: ବୋମା ନିଷ୍କ୍ରିୟ ବେଳେ ହାବିଲଦାର ମୃତ, ଘଟଣାସ୍ଥଳରେ ସାଇଣ୍ଟିଫିକ୍‌‌ ଟିମର ଯାଞ୍ଚ

କଟକ: ରଜରେ କଟକ ଗୋପାଳପୁର ଅଞ୍ଚଳରେ ଅଘଟଣ ଘଟିଛି। ପୁଲିସ ଜବତ କରିଥିବା ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ ଫୁଟିଥିଲା। ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ହେବାରୁ ତାଙ୍କୁ ଏସସିବିକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ହାବିଲଦାର ହେଲେ ପ୍ରଦୀପ କୁମାର ମଲ୍ଲିକ। ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ଏସସିବି ମେଡିକାଲର ଟ୍ରମା କାଜୁଆଲଟିରେ ଭର୍ତ୍ତି ହୋଇଛନ୍ତି। ବୋମା ବିସ୍ଫୋରଣ ହେବାରୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତେବେ କାଠଯୋଡି ନଦୀ କୂଳରେ ବୋମା ନିଷ୍କ୍ରିୟ ବେଳେ ଏସଓପି ସଠିକ୍‌‌ ଭାବେ ପାଳନ ହୋଇନଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି। କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଏହି ଜବତ ବୋମା ରଖାଯାଇଥିଲା।
ଶୁକ୍ରବାର ଜବତ ବୋମା ଗୁଡିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ କାଠଯୋଡି ନଦୀପଠାକୁ ଅଣାଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଥିଲା ଓ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ଏଥିରେ ମୃତ୍ୟୁ ହୋଇଛି। ବୋମାଗୁଡିକରେ ନିଆଁ ଲଗାଯାଇଥିବା ସୂଚନା ମିଳିଛି। ହେଲେ କଟକ ଏଡିସିପି ଅନୀଲ ମିଶ୍ର କହିଛନ୍ତି ଯେ ତାହା ବୋମା ନଥିଲା ବାଣ ଥିଲା। ତେବେ କେଉଁ ପରିସ୍ଥିତିରେ ଏସବୁକୁ ନିଷ୍କ୍ରିୟ କରାଯାଉଥିଲା ତାହାର ତଦନ୍ତ ହେବ। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସାଇଣ୍ଟିଫିକ୍‌‌ ଟିମ୍‌‌ ପହଞ୍ଚି ଯାଞ୍ଚ କରୁଛନ୍ତି।

 

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories