ଫ୍ରୁଟ୍ କଷ୍ଟଡ଼୍
ଆବଶ୍ୟକ ସାମଗ୍ରୀ
କ୍ଷୀର -ଅଧ ଲିଟର
ଚିନି -ଅଧ କପରୁ ସାମାନ୍ୟ ଅଧିକ (ପେଷା ହୋଇଥିବା )
କଷ୍ଟଡ଼୍ ପାଉଡ଼ର -୪ ଚାମଚ
କଦଳୀ -୨ଟି
ଡ଼ାଳିମ୍ବ – ୧ଟି
ସେଓ – ୨ଟି
ଅଙ୍ଗୁର – ୬ରୁ ୮ଟି
ସପୁରୀ -୪ରୁ୫ଟି ଛୋଟ ଫାଳ
କାଜୁ -୪ରୁ୫ଟି
ପ୍ରସ୍ତୁତି ପ୍ରଣାଳୀ -ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ।ଏବେ ଏଥିରେ କ୍ଷୀର ଓ ଅଳ୍ପ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏଥିରେ ପେଷା ହୋଇଥିବା ଚିନି ପକାଇ କିଛି ସମୟ ପରେ କଷ୍ଟଡ଼୍ ପାଉଡ଼ର ପକାନ୍ତୁ। ୧ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ସମସ୍ତ ଫଳକୁ ଛୋଟ ଛୋଟ ଫାଳ କରି କାଟି ପାତ୍ରରେ ପ୍ରସ୍ତୁତ କରି ରଖିଥିବା କ୍ଷୀରରେ ପକାନ୍ତୁ।
କେବଳ ଡ଼ାଳିମ୍ବରୁ ସମସ୍ତ ଚୋପା କାଢି ଏହାର ମଞ୍ଜିକୁ ପକାନ୍ତୁ। ଏବେ ଏହାକୁ ୧୫ରୁ୨୦ ମିନିଟ ଫ୍ରିଜରେ ରଖି କାଢନ୍ତୁ। ଏବେ ଏଥିରେ କାଜୁ ଫାଳ ଫାଳ କରି ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଫ୍ରୁଟ୍ କଷ୍ଟଡ଼୍।