ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧା ମୃତ
ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ମାଛକୁଟା ଗ୍ରାମରେ ରବିବାର ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବିଦେଶୀ ନାଏକଙ୍କ ସ୍ତ୍ରୀ ଲିଳାବତୀ ନାଏକ ।
ସୂଚନା ଅନୁଯାୟୀ, ଲିଳାବତୀ ନାଏକ ରବିବାର ଅପରାହ୍ନରେ ଘରୁ ବାହରି ପଡିଶା ଘରକୁ ଯାଉଥିବା ବେଳେ ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧରି ପକାଇଥିଲେ । କୌଣସି କାରଣ ବଶତ ବିଦ୍ୟୁତ ଖୁଣ୍ଟଟିରେ କରେଣ୍ଟ ଚାର୍ଜ ହୋଇ ଯାଇଥିଲା । ଫଳରେ ମହିଳା ଜଣକ ବିଦ୍ୟୁତ ଖୁଣ୍ଟରେ ଲାଖି ରହିଥିଲେ । ଏହା ଦେଖି ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.